ପଞ୍ଚାନନ କାନୁନଗୋ ହେଲେ ଇସ୍ତାହାର କମିଟି ଅଧ୍ୟକ୍ଷ, ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଶୃଙ୍ଖଳା କମିଟି ଗଠିତ

Spread the love

ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଓଡିଶା କଂଗ୍ରେସର ବିଭିନ୍ନ କମିଟି ପାଇଁ ଅଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କ ନାଁ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ପଞ୍ଚାନନ କାନୁନଗୋଙ୍କୁ ପିସିସି ଇସ୍ତାହାର କମିଟି ର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି କାର୍ଯ୍ୟକ୍ରମ କ୍ରିୟାନ୍ୱୟନ କମିଟି ଅଧ୍ୟକ୍ଷ ହୋଇଛନ୍ତି ଯଜେ୍ଞଶ୍ୱର ବାବୁ । ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ହୋଇଛନ୍ତି ସଞ୍ଜୟ ତ୍ରିପାଠୀ ।

ଅପରପକ୍ଷରେ ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ କରିଛି ଏଆଇସିସି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଶୃଙ୍ଖଳା କମିଟି ଗଠନ କରାଯାଇଛି । କମିଟିରେ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷ ରହିଥିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ କମିଟିର ଆବାହକ ନିଯୁକ୍ତ ହୋଇଛନ୍ତି । କମିଟିରେ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ , ଦେବେନ୍ଦ୍ର ସାହୁ ଏବଂ ପ୍ରତିମା ମଲ୍ଲିକ ମଧ୍ୟ କମିଟି ସଦସ୍ୟ ନିଯୁକ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *