ଅଶୋକ ସାମଲଙ୍କ ବିୟୋଗରେ ପିସିସି ସଭାପତି ଙ୍କ ଶୋକ

Spread the love

ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ସମାଜସେବୀ ଅଶୋକ ସାମଲଙ୍କ ଅକାଳ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ସାମଲ କଂଗ୍ରେସ ଦଳରେ ଥିବାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା ।ତାଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି ।ସ୍ୱର୍ଗତ ସାମଲ ଜଣେ ବନ୍ଧୁବତ୍ସଳ,ଅମାୟିକ,ଭଦ୍ର, ପରୋପକାରି ସମାଜସେବୀ ଥିଲେ । ଏହିପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓପିସିସି ସଭାପତି  ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *