ସଫଳତା ପାଇଲା ବ୍ରହ୍ମପୁରର ଫିଜିକାଲ ଏକାଡେମୀ

ଚର୍ଚ୍ଚାରେ ବ୍ରହ୍ମପୁରର ଫିଜିକାଲ ଏକାଡେମୀ ସରକାରଙ୍କ ଦ୍ୱାରା ଆୟୋଜିତ ଏସଏସସି ଜିଡ଼ିରେ ନିଯୁକ୍ତି ପାଇଛନ୍ତି ୧୦୭ ଛାତ୍ରଛାତ୍ରୀ । ଏକାଡେମୀର ମୁଖ୍ୟ ସୀମାଞ୍ଚଳ ବାରିକ ଏହି ୧୦୭ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶାରୀରିକ ତାଲିମ ଦେଉଥିଲେ । ପୂର୍ବରୁ ଏହି ଛାତ୍ରଛାତ୍ରୀ ମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବର୍ତ୍ତମାନ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୧୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୯୦ ଜଣ ଛାତ୍ରଛାତ୍ରୀ ଖେଳପଡ଼ିଆରେ ପହଞ୍ଚିଥିବା ବେଳେ ସେମାନଙ୍କୁ ଫିଜିକାଲ ଏକାଡେମୀ ପକ୍ଷରୁ ଏକ ସାର୍ଟିଫିକେଟ ଓ ପୁଷ୍ପମାଲ୍ୟ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ତେବେ ଏଭଳି ସଫଳତାକୁ ନେଇ  ଛାତ୍ରଛାତ୍ରୀ  ବେଶ ଖୁସି ଥିବା ବେଳେ ଏଭଳି ମାଗଣା ତାଲିମ ଗରିବ ଓ ମାଧ୍ୟମ ବର୍ଗର ଛାତ୍ରଛାତ୍ରୀଙ୍କୁ ବେଶ ସହାୟକ ହେଇପାରୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *