ଗଞ୍ଜାମ ଜିଲ୍ଲାରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ

Spread the love

ଗଞ୍ଜାମ: ଗଞ୍ଜାମ ଜିଲାରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ ସରଳ ନିରିହ ଓ ଅଶିକ୍ଷିତ ଲୋକେ ଏହାର ଶୀକାର ହେଉଛନ୍ତି । ଏହି ନକଲି ଡାକ୍ତର ମାନେ ଶସ୍ତା, ସୁବିଧା ଓ ଘର ପାଖରେ ଚିକିତ୍ସା ସେବା ଯୋଗାଇବାକୁ କହି ରୋଗୀଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି । ଫଳରେ ରୋଗୀସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ମୁଖରେ ପଡୁଛନ୍ତି ।ପିତଳ ବଜାର, ପିତ୍ତଳ ବଡସାହି, ପିତଳ ଛକରେ ନକଲି ଡାକ୍ତର ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ପିତଳ ବଜାର ଏବଂ ତହଁର ଗ୍ରାମରେ ଭାବଗ୍ରାହି ମହାନ୍ତି ନାମକ ଅନ୍ୟ ଜଣେ ନକଲି ଡାକ୍ତର କ୍ଲିନିକ ଖୋଲି ରୋଗୀସେବା ନାମରେ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଡ୍ରଗ୍ ଇନିସପେକ୍ଟର ଓ ହିଞିଳିକାଟୁ ପୁଲିସ ଘଟଣାର ତଦନ୍ତ କରି ସଂପୃକ୍ତ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *