କୋରାପୁଟରେ ପୋଲିସ ଡିଜି

Spread the love

ଜୟପୁର : ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୋଲିସ ଓ ବିଏସଏଫ୍ ସହ ଆଲୋଚନା କରିଛନ୍ତି । ଡିଜିପି ସୁନୀଲ ବଂଶଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଂଚଳ ଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ ଓ ବିଏସଏଫ୍ ଡିଆଇଜି ଶୈଳେଶ କୁମାର କୋରାପୁଟରେ ବୈଠକ କରିଛନ୍ତି ।

କୋରାପୁଟରେ ଅପରାଧ ଓ ମାଓ ଗତିବିଧି ନେଇ ଅଧିକାରୀଙ୍କ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏଥିସହ ମାଓ ମୁକାବିଲା, ଅପରାଧ ଓ ଆଇନ୍ ଶୃଙ୍ଖଳା ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଡିଜିପି ।

ଗତକାଲି ଏଡିଜି ଅମିତାଭ ଠାକୁର ଭବାନିପାଟଣାରେ ମାଓ ଗତିବିଧି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଡିଆଇଜି ରାଜେଶ ପଣ୍ଡିତ, ଡିଆଇଜି ସିଆରପିଏଫଙ୍କ ସହ କଳାହାଣ୍ଡି ଏସପି ଅଭିଳାଶ ଜି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *