ପାର୍ବଣ ପାଇଁ ଆକ୍ସନ ମୋଡରେ ପୁଲିସ

Spread the love

ଭୁବନେଶ୍ବର: ଗଣେଶ ପୂଜାଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଆଗକୁ ମା ଦୁର୍ଗାଙ୍କ ପୂଜା। ସବୁ ମଣ୍ଡପ ପକ୍ଷରୁ ମୃନ୍ମୟୀ ମୂର୍ତ୍ତି ନିର୍ମାଣ ଜୋର ସୋରରେ ଚାଲିଛି। ପାର୍ବଣକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ ।ରାଜଧାନୀରେ ଯେମିତି କୌଣସି ଅପରାଧ ନ ଘଟେ, ଯେମିତି ନିଶା କାରବାର ନ ହୁଏ ତା ଉପରେ କମିଶନରେଟ ପୁଲିସର ନିଘା।

ପାର୍ବଣର ଅୟମାରମ୍ଭ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୁଲିସ। ପେଶାଦାର ଅପରାଧୀଙ୍କ ଉପରେ ରହିବ କଡା ନଜର। ଏଥିପାଇଁ ନିଆଗଲାଣି ବିଭିନ୍ନ ସମୟୋପଯୋଗୀ ପଦକ୍ଷେପ। ରାଜଧାନୀର କୋଣ ଅନୁକୋଣ ଲାଗିଥିବା ସିସିଟିଭି ନଜରରେ ପୁରା ପୂରା ସହର। ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ନାକାବନ୍ଦୀ ଚାଲିଛି। ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ ହାଜିରା ଦେବାକୁ ଦିଆଯାଇଛି କଡା ନିର୍ଦ୍ଦେଶ। ସମୟରେ ହାଜିରା ନଦେଲେ ବନ୍ଧା ହେବେ ପେଶାଦାର ଅପରାଧୀ ବୋଲି ପୁଲିସ ପକ୍ଷରୁ ସତର୍କ କରିଦିଆଯାଇଛି।

ସେହିପରି ନିଶାକାରବାର ଏହି ସମୟରେ ଯେପରି ନ ହୁଏ ସେଥିପାଇଁ ବ୍ୟବସ୍ଥା ହୋଇଛି। ବ୍ରାଉନସୁଗର, ନକଲି ମଦ ପାଇଁ ଦୈନନ୍ଦିନ ଚଢ଼ାଉ ଚାଲିଛି ରାଜଧାନୀର ବିଭିନ୍ନ ସ୍ଥାନରେ। ପ୍ରତ୍ୟେକ ଥାନା ଅଞ୍ଚଳରେ ନିଶା କାରବାର ରୋକିବାକୁ ଆରମ୍ଭ ହୋଇଥିବା ହ୍ବାଇଟ ସ୍ପାଇଡର ଅପରେସନକୁ ତ୍ବରାନ୍ବିତ କରାଯାଇଛି। ଏହି କ୍ରମରେ ଚଳିତ ମାସ ୧ ତାରିଖରୁ  ୧୯ ତାରିଖ ମଧ୍ୟରେ ୩୮ ଟି କେସ ରୁଜୁ ହୋଇଛି। ବ୍ରାଉନସୁଗର ଜବତ ଘଟଣାରେ ୨୫ ଟି ଓ ଗଞ୍ଜେଇ କେସ ୧୩ ଟି ମାମଲା ରୁଜୁ ହୋଇଛି। ୪୬୬ ଗ୍ରାମ ବ୍ରାଉନସୁଗର ସହ ୨ ଲକ୍ଷ ୬୯ ହଜାର ଟଙ୍କା ଠାବ ହୋଇଛି।  ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ।

ସମସ୍ତ ଦୁର୍ଗପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ପୂଜାକମିଟିକୁ କମିଶନରେଟ ପୁଲିସର ରହିଛି କଡା ନିର୍ଦ୍ଦେଶ ।ଏ ନେଇ ପୂଜା କମିଟି ସହ ଆଲୋଚନା ହୋଇଛି। ଛୀନତାଇ ରୋକିବା ପାଇଁ ଟିମ ଗଠନ ହୋଇଛି। ସମସ୍ତ ସ୍ଥାନରେ ସାଧା ପୋଷାକରେ ପୁଲିସ ଜଗିବାକୁ ଯୋଜନା ହୋଇଛି। ଟ୍ରାଫିକ ସମସ୍ୟା ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମେଢ଼,ମେଲୋଡି, ମିନାବଜାର ପାଇଁ କେତେକ ରାସ୍ତା ଗହଳି ହୋଇପାରେ। ତେଣୁ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *