ଓକିଲଙ୍କ ଗିରଫଦାରି ପରେ ତେଜିଛି ରାଜନୀତି

Spread the love

() ସମ୍ୱଲପୁର ଓକିଲ ସଂଘ ଆନ୍ଦୋଳନ ହିଂସାତ୍ମକ ସହ ବ୍ୟାପକ ଗିରଫଦାରିକୁ ନେଇ ତେଜିଲାଣି ରାଜନୀତି। ଆଇନଜୀବୀଙ୍କ ଆନ୍ଦୋଳନକୁ ଯଥାର୍ଥ ବୋଲି କହିଛି ବିଜେପି।  ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ହତାଦର କରୁଥିବାର ଆରୋପ ଲଦି ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛି। କଂଗ୍ରେସ ଯଦିଓ ଦାବିକୁ ସମର୍ଥନ କରୁଛି, କିନ୍ତୁ ଓକିଲଙ୍କ ଗଣ୍ଡଗୋଳକୁ ଅଶୋଭନୀୟ ବୋଲି କହିଛି। ଆଉ ଶାସକ ଦଳର କହିବା କଥା, ଆଇନ ବିଭାଗ ତର୍ଜମା କରୁଛି। ଆଗ ପଶ୍ଚିମ ଓଡ଼ିଶାରେ ସ୍ଥାନ ନିରୂପଣ କରି ସର୍ବସମ୍ମତ ନିଷ୍ପତ୍ତି ନେବା ଜରୁରୀ।

ଗଲା ୮ ତାରିଖରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ  ଲୋକସଭାରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ଅନୁରୋଧ କରିଥିବା କଥା ସତ। ପଶ୍ଚିମ ଓଡ଼ିଶାର ସମ୍ୱଲପୁର ଓ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ବେଞ୍ଚ୍ ପ୍ରତିଷ୍ଠା ଲାଗି ସଂପୃକ୍ତ ଅଞ୍ଚଳର ଆଇନଜୀବୀ ଦାବି କରି ଆସୁଛନ୍ତି। ଏପଟେ ସମ୍ୱଲପୁର ଓକିଲ ସଂଘର ଆନ୍ଦୋଳନ ହିଂସାତ୍ମକ ହେବା, ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ସହ ଗିରଫଦାରିକୁ ନେଇ ତେଜିଲାଣି ରାଜନୀତି। ଏ ସବୁ ସମସ୍ୟା ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ସମ୍ୱଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ହତାଦର ସହ ଖେଳୁଛନ୍ତି। ବେଞ୍ଚ୍ ହେଲେ ହାଇକୋର୍ଟ ଉପରେ ବୋଝ କମିବ। ରାଜ୍ୟ ସରକାର ତ ମୂଳରୁ ସ୍ଥାନ ନିରୂପଣ କରୁନାହାନ୍ତି। ଓକିଲଙ୍କୁ ଗିରଫ, ଲାଇସେନ୍ସ ବାତିଲ୍ ସତ୍ତ୍ୱେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାଇଦେଇଛନ୍ତି ଜୟନାରାୟଣ।

ସେପଟେ କଂଗ୍ରେସ ବି ଦାବି ଓ ଆନ୍ଦୋଳନକୁ ସମର୍ଥନ ଯଦିଓ କରିଛି। କିନ୍ତୁ ଆଇନଜୀବିଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନିନ୍ଦା କରିଛି। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛି କଂଗ୍ରେସ। ହାଇକୋର୍ଟର ବେଞ୍ଚ ବି ଜରୁରୀ। ଲୋକଙ୍କ ସହ ଖେଳିବା ବନ୍ଦ କରନ୍ତୁ।

ଆଉ ଏହି ବିବାଦକୁ ନେଇ ଶାସକ ଦଳ ସେଫ୍ ସାଇଡ୍ ପଲିଟିକ୍ସର ଆଳ ନେଇଛି। ଆଇନ ବିଭାଗ ସବୁ କଥାର ତର୍ଜମା କରୁଛି। ପଶ୍ଚିମ ଓଡ଼ିଶାରେ ଆଗ କେଉଁଠି ବେଞ୍ଚ୍ ହେବ, ତାହା ସ୍ଥିର ହେଉ। ସବୁ କଥାରେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବା ଠିକ୍ ନୁହେଁ।

ହାଇକୋର୍ଟରେ ସ୍ଥାୟୀ ବେଞ୍ଚକୁ ନେଇ ସମ୍ୱଲପୁର ଓକିଲ ସଂଘର ହିଂସାତ୍ମକ ଆନ୍ଦୋଳନ, ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ବାର୍ କାଉନସିଲ ଅଫ ଇଣ୍ଡିଆର ଆକ୍ସନ ଓ ସର୍ବୋପରି ପୁଲିସର ଆକ୍ସନ ଯେମିତି ବେଞ୍ଚ୍ ବିବାଦକୁ ନେଇ ରାଜନୀତି କରିବାକୁ ବଡ଼ ପ୍ରସଙ୍ଗ ମିଳିଯାଇଛି।

ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *