ସାମାନ୍ୟ ପାଟିତୁଣ୍ଡରୁ ସ୍ତ୍ରୀକୁ ହାଣିଲା ସ୍ବାମୀ

Spread the love

କୋରାପୁଟ: ଯେଉଁ ସ୍ତ୍ରୀକୁ ପ୍ରେମ ବିବାହ କରି ଥିଲା, ତାକୁ ହିଁ ନିଜ ହାତରେ ଟାଙ୍ଗିଆରେ ଅତି ନୃଶଂସଭାବେ ହତ୍ୟା  କଲା ବିସାଚ ସ୍ବାମୀ। ସାମାନ୍ୟ ବଚସାରୁ ଚାଲିଗଲା ସ୍ତ୍ରୀର ଜୀବନ। ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରିବେଡା ଗାଁରେ।

କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରିବେଡା ଗାଁର ଅଜୟ ମୁଦୁଲି ନିଜ ସ୍ତ୍ରୀ ମମିତା ମୁଦୁଲି (୨୦) ପ୍ରେମ ବିବାହ କରିଥିଲେ। ବୁଧବାର ଅପରାହ୍ନରେ ଧାନ ବିଲକୁ ଉଭୟ ଯାଇଥିଲେ। କାମ ସାରି ଘରକୁ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା।  ଏଥିରେ ଉତ୍କ୍ଷୀପ୍ତ ହୋଇ ଅଜୟ ହାତରେ ଧରିଥିବା ଟାଙ୍ଗିଆରେ ମମତାଙ୍କୁ ହାଣି ଦେଇଥିଲେ। ଏଥିରେ ମମତାଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ନିଜ ହାଜତକୁ ନେବା ସହ ସେ ହାଣିଥିବା ଟାଙ୍ଗିଆକୁ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ଜଣାପଡିଛି। ଅନ୍ୟ ପଟେ ଅଧିକ ତଦନ୍ତ ପାଇଁ କୋରାପୁଟ ର ଏକ ସାଇଣ୍ଟିପିକ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଲାଇ ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *