ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଜୋଟ-ଜାଟ ପାଇଁ ପ୍ରସ୍ତୁତି

Spread the love

ବରଗଡ: ଆଉ ଦୁଇ ଦିନ ପରେ ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ନୂଆଁଖାଇ ପାଳନ ସହ ପିଠାପଣାର ଆସର ଜମିବ। ହେଲେ ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ଏହି ନୂଆଖାଇ ଏକ ସାଧାରଣ ଦିନ ଭଳି ହୋଇଥାଏ । ଅସହାୟ ବୃଦ୍ଧବୃଦ୍ଧାଙ୍କ ମୁହଁରେ ଖୁସି ଫୁଟାଇବା ପାଇଁ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଛି ନୂଆଁଖାଇ ଜୋଟ-ଜାଟ ପର୍ବ ।

ସମାଜ ପାଇଁ ଆଲୋଡ଼ା ପାଲଟିଥିବା ଏହି ଅସହାୟ, ଗରିବ ବୃଦ୍ଧା ବୃଦ୍ଧାଙ୍କୁ ସାହାଯ୍ୟ ସହଯୋଗ କରିବା ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ଉଦେଶ୍ୟରେ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ହୋଇଛି ନିଆରା ନୂଆଁଖାଇ ଜୋଟ-ଜାଟ କାର୍ଯ୍ୟକ୍ରମ । ଏପରି ଅସହାୟ ଲୋକଙ୍କୁ ସସମ୍ମାନର ସହ ଚୌକିରେ ବସାଇ ଜଣ ଜଣ କରି ପାଦ ଧୋଇ ନୂଆଁଖାଇ ଅଢ଼ିଆ ଯେଉଁଥିରେ ଚାଉଳ, ଡାଲି, ପନିପରିବା, ଗାମୁଛା, ଧୋତି, ବସ୍ତ୍ର ଦିଆଯାଇ ସମ୍ମାନିତ କରାଯାଏ । ଆଉ ନୂଆଁଖାଇ ଅଢ଼ିଆ ପାଇଁ ଏମାନେ ବେଶ ଖୁସି ହେବା ସହ ଧୂମଧାମରେ ଏହାକୁ ପାଳନ କରିବେ ବୋଲି କହିଛନ୍ତି।

ଗୋଟିଏ ପଟେ ନୂଆଁଖାଇ ପ୍ରସ୍ତୁତିଠାରୁ ଆରମ୍ଭ କରି ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ ଭଳି ଅନେକ ପରମ୍ପରା ରହିଛି। କିନ୍ତୁ ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ଜୋଟ-ଜାଟ କାର୍ଯ୍ୟକ୍ରମ ଏକ ନିଆରା କାର୍ଯ୍ୟକ୍ରମ। ଦୀର୍ଘ ୬ବର୍ଷ ଧରି ଏହି ନୂଆଁଖାଇ ଜୋଟଜାଟ କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି। ତେଣୁ ଚଳିତ ବର୍ଷ  ସ୍ଥାନୀୟ ସୌଖିନ ରଙ୍ଗମଞ୍ଚରେ ୬୦ ଜଣ ଅସହାୟ ବୃଦ୍ଧାବୃଦ୍ଧ ସହ ଦିବ୍ୟାଙ୍ଗଙ୍କୁ ନୂଆଁଖାଇ ଭେଟି ଭାବେ ଅଢ଼ିଆ , ଗାମୁଛା, ଶାଢୀ ପ୍ରଦାନ କରାଯାଇଥିଲା।

ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସବୁ ବର୍ଗର ଲୋକ ଉପସ୍ଥିତ ରହି ଅସହାୟଙ୍କୁ ଉତ୍ସାହିତ କରିଥିଲେ ।  ଦୀର୍ଘ ଛଅ ବର୍ଷ ଧରି ନୂଆଁଖାଇ ପୂର୍ବରୁ ଜୋଟ-ଜାଟ କାର୍ଯ୍ୟକ୍ରମ କରାଯାଇଥିବାରୁ ଏହା ବେଶ ଆଦୃତ ଲାଭ କରିଛି ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *