BARAGARH

  • ଟାଟା ପାୱାରର ମନୋମୁଖୀକୁ ନେଇ ପ୍ରତିବାଦ

    ବରଗଡ: ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ  ମଧ୍ୟ ଓଡ଼ିଶାବାସୀ ଅଧିକ ବିଦ୍ୟୁତ ବିଲ୍ ଦେଉଛନ୍ତି । ଓଡିଶାରେ ବିଦ୍ୟୁତ ବଶ୍ଚନ ଭାର ନେଇ ଥିବା ଟାଟା ପାୱାରର ମନୋମୁଖୀ କାରବାର ପ୍ରତିବାଦ ତଥା ଚାଷୀଙ୍କୁ ବିଦ୍ୟୁତ ଛାଡ଼ ଦାବୀ ନେଇ ବିଦ୍ୟୁତ ଏସଡିଓଙ୍କ ଅଫିସ କୁ ଘେରାଓ କରାଯାଇଛି। । ବରଗଡ ଜିଲ୍ଲା ଭେଡ଼େନ ଠାରେ ଥିବା ଏସଡିଓଙ୍କ ଅଫିସକୁ ଘରାଓ କରିଛି ଭେଡ଼େନ ବ୍ଲକ କୋଶଲ ସେନା । ଏହା ସହିତ ତିନି ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

    ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ର ମନମୁଖୀ କାର୍ଯ୍ୟକୁ ବିରୋଧ । ଏନେଇ ଭେଡେନ ବ୍ଲକ କୋଶଳ ସେନା ପକ୍ଷରୁ ଏକ ବିରଟ ଶୋଭାଯତ୍ରା ବାହାରି ଟାଟା ପାୱାର ଏସଡିଓ ଙ୍କ କାର୍ଯ୍ୟାଳୟରେ ପହଁଚି ଥିଲେ। ଅଞ୍ଚଳର ଶହଶହ ଚାଷୀ, ଜନସାଧାରଣ ସାମିଲ ହୋଇ ଟାଟା ପାୱାର ବିରୋଧରେ ଗର୍ଜି ଥିଲେ। ଟାଟା ପାୱାର କମ୍ପାନୀ ଲୋକଙ୍କ ଠାରୁ ଅନାଦେୟ ବିଲ ସଂଗ୍ରହ କରିବା ସହ ଅଘୋଷିତ ବିଦ୍ୟୁତ କାଟ କରୁଥିବା ଯୋଗୁଁ ଏହାର ଘୋର ବିରୋଧ କରାଯାଛି। ତିନି ଦଫା ସମ୍ମିଳିତ ଏକ ଦାବୀ ପତ୍ର ଏସଡିଓ ପ୍ରଦୀପ୍ତ ଷଡଙ୍ଗୀଙ୍କୁ ପ୍ରଦାନ କରାଯାଇଛି। ସମସ୍ତ ଗ୍ରାହକଙ୍କ ବକେୟା ଲାଇନ ବିଲ ପୂରା ଛାଡ଼ କରାଯିବା, ଚାଷକାର୍ଯ୍ୟରେ ଯେତେ  ବିଦ୍ୟୁତ ଖର୍ଚ୍ଚ ହେବ ତାହା ଛାଡ଼ କରାଯାଉ ଏବଂ ବୃଦ୍ଧି ପାଇଥିବା ବିଦ୍ୟୁତ ଦରକୁ କମାଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି । ମ ବୋଲି କୋଶଲ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।

    ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦିତ ହେଉଥିଲେ ମଧ୍ୟ ଏଠାରେ ଗ୍ରାହକଙ୍କ ଠାରୁ ଅଧିକ ବିଲ ଅସୁଲି କରାଯାଉଛି, ଯାହାକୁ କୋଶଳ ସେନା ବରଦାସ୍ତ କରିବ ନାହିଁ  ବୋଲି କହିଛି ।ଏନେଇ ଏସଡିଓଙ୍କୁ  ପଚରାଯିବାରୁ ସେ  କୋଶଳ ସେନାର ଦାବୀ ପତ୍ର ଉପରିକ୍ତ ଅଧିକାରୀଙ୍କ ପାଖକୁ ପଠେଇ ଦିଆଯାଇଛି ବୋଲି କହିଛନ୍ତି  ।

    ଟାଟା ପାୱାର କମ୍ପାନୀର ଜୁଲୁମ ଏବେ ଲୋକଙ୍କ ମନରେ ନିଆଁ ହୋଇ ହୁତୁ ହୂତୁ ହୋଇ ଜଳିବାକୁ ବସିଥିବା ବେଳେ ବେଳ ଥାଉ ଏନେଇ ପଦକ୍ଷେପ ନିଆନଗଲେ ପରିସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି ।

    ଧ୍ରୁବକର୍ମୀଙ୍କ ରିପୋର୍ଟ

  • ୪ବର୍ଷର ଝିଅ ଦୀକ୍ଷା ପାଲଟିଛନ୍ତି ବରଗଡର ଗୌରବ

    ବରଗଡ : ବରଗଡ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ୪ବର୍ଷର ଝିଅ ଦୀକ୍ଷା ସିଦ୍ଧି ଦେହୁରୀ । ଏକ ମିନିଟ ୪୫ ସେକେଣ୍ଡ ମଧ୍ୟରେ ଦେଶରେ ଥିବା ଜାତୀୟ  ଅଭୟାରଣ୍ୟଙ୍କ ନାମ କହି ଏସିଆ ବୁକରେ ସ୍ଥାନ ପାଇଲେ ବରଗଡ଼ର କୁନି ଝିଅ । ନିଜର ଏହି ପ୍ରତିଭାକୁ ଦେଖି ସମସ୍ତେ ବେଶ ପ୍ରଂଶସା କରୁଥିବାବେଳ ଗିନିଜ ବୁକ୍ ରେ ସ୍ଥାନ ପାଇବାର ଚେଷ୍ଟା ସହ ଆଶା ରଖିଛନ୍ତି ଦୀକ୍ଷାଙ୍କ ପରିବାର ।

    ବରଗଡ ପାଇଁ ଗର୍ବ ଓ ଗୌରବ ଆଣିଲେ ଝିଅ ଦୀକ୍ଷା ସିଦ୍ଧି ଦେହୁରୀ । ଏସିଆ ବୁକ ଅଫ ରେକଡରେ ସ୍ଥାନ ପାଇଲେ ୪ବର୍ଷର ଝିଅ । ଏକ ମିନିଟ ୪୫ ସେକେଣ୍ଡ ମଧ୍ୟରେ ଦେଶରେ ଥିବା ଜାତୀୟ  ଅଭୟାରଣ୍ୟଙ୍କ ନାମ କହି ଆଣିଛନ୍ତି ଗୌରବ । ଦୀକ୍ଷାଙ୍କ ସ୍ମରଣ ଶକ୍ତିକୁ ନେଇ ଏବେ ବେଶ ଚର୍ଚ୍ଚା ବରଗଡ଼ ଜିଲ୍ଲାରେ । ପିତା ଜଗନ୍ନାଥ ଦେହୁରୀ ଜଣେ ରେଭିନ୍ୟୁ ଇନସପେକ୍ଟର ହୋଇଥିବା ବେଳେ ମାଆ ସବିତା ଦେହୁରୀ ଜଣେ ଗୃହିଣୀ । ପ୍ରତି ନୂତନ ଜିନିଷ ଜାଣିବା ପାଇଁ ଦୀକ୍ଷାଙ୍କ ପ୍ରବଳ ଆଗ୍ରହ । ଏହା ଦେଖି ପିତା ମାତା ଶିକ୍ଷା ଦେବା ସହ ସାଧାରଣ ଜ୍ଞାନ ବିଷୟରେ ଶିକ୍ଷା ଦେଲେ । ତାଙ୍କର ଏହି ପ୍ରତିଭାକୁ ନେଇ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ବାପାମାଆ ଆବେଦନ କରିଥିଲେ । ତେବେ ତାହା ସଫଳ ହେବା ସହ ଏକ ମିନିଟ ୪୫ସେକେଣ୍ଟରେ ଭାରତର ୩୮ଟି ଜାତୀୟ ଅଭୟାରଣ୍ୟଙ୍କ ନାମ କହି  ନିଜ ନାମ ଅଧିକାର କରିଛନ୍ତି ଏବଂ ତାଙ୍କ ପାଖକୁ ସାର୍ଟିଫିକେଟ, ମେଡାଲ ଏବଂ  କଳମ ପହଞ୍ଚିଛି ।

    ତେବେ  ଦିକ୍ଷାଙ୍କ ଏପରି କୃତିତ୍ୱ ପାଇଁ ସେ ବରଗଡ ଜିଲ୍ଲା ସମେତ ସାରା ରାଜ୍ୟ ପାଇ ଗର୍ବ ଓ ଗୌରବ ପାଲଟି ଥିବା ଵେଳେ ଚାରିଆଡୁ ତାଙ୍କ ପାଖକୁ ସୁବେଚ୍ଛାର ସୁଅ ଛୁଟୁଛି । ସେହିପରି ଦୀକ୍ଷା ଆଗକୁ ଗ୍ରିନିଜ୍ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବାକୁ ତାଙ୍କ ପରିବାର ଆଶା କରିଥିବା ବେଳେ ଏଥିପାଇଁ ପୁରା ପରିବାର ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

    ତୁଳସୀ ଦୁଇ ପତ୍ରରୁ ବାସିବା ପରି ଦୀକ୍ଷାଙ୍କ ଦକ୍ଷତା ଏବେ ସବୁଛି ଚର୍ଚ୍ଚା ।

    ଧ୍ରୁବ  କର୍ମୀଙ୍କ ରିପୋର୍ଟ

  • ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଜୋଟ-ଜାଟ ପାଇଁ ପ୍ରସ୍ତୁତି

    ବରଗଡ: ଆଉ ଦୁଇ ଦିନ ପରେ ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ନୂଆଁଖାଇ ପାଳନ ସହ ପିଠାପଣାର ଆସର ଜମିବ। ହେଲେ ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ଏହି ନୂଆଖାଇ ଏକ ସାଧାରଣ ଦିନ ଭଳି ହୋଇଥାଏ । ଅସହାୟ ବୃଦ୍ଧବୃଦ୍ଧାଙ୍କ ମୁହଁରେ ଖୁସି ଫୁଟାଇବା ପାଇଁ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଛି ନୂଆଁଖାଇ ଜୋଟ-ଜାଟ ପର୍ବ ।

    ସମାଜ ପାଇଁ ଆଲୋଡ଼ା ପାଲଟିଥିବା ଏହି ଅସହାୟ, ଗରିବ ବୃଦ୍ଧା ବୃଦ୍ଧାଙ୍କୁ ସାହାଯ୍ୟ ସହଯୋଗ କରିବା ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ଉଦେଶ୍ୟରେ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ହୋଇଛି ନିଆରା ନୂଆଁଖାଇ ଜୋଟ-ଜାଟ କାର୍ଯ୍ୟକ୍ରମ । ଏପରି ଅସହାୟ ଲୋକଙ୍କୁ ସସମ୍ମାନର ସହ ଚୌକିରେ ବସାଇ ଜଣ ଜଣ କରି ପାଦ ଧୋଇ ନୂଆଁଖାଇ ଅଢ଼ିଆ ଯେଉଁଥିରେ ଚାଉଳ, ଡାଲି, ପନିପରିବା, ଗାମୁଛା, ଧୋତି, ବସ୍ତ୍ର ଦିଆଯାଇ ସମ୍ମାନିତ କରାଯାଏ । ଆଉ ନୂଆଁଖାଇ ଅଢ଼ିଆ ପାଇଁ ଏମାନେ ବେଶ ଖୁସି ହେବା ସହ ଧୂମଧାମରେ ଏହାକୁ ପାଳନ କରିବେ ବୋଲି କହିଛନ୍ତି।

    ଗୋଟିଏ ପଟେ ନୂଆଁଖାଇ ପ୍ରସ୍ତୁତିଠାରୁ ଆରମ୍ଭ କରି ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ ଭଳି ଅନେକ ପରମ୍ପରା ରହିଛି। କିନ୍ତୁ ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ଜୋଟ-ଜାଟ କାର୍ଯ୍ୟକ୍ରମ ଏକ ନିଆରା କାର୍ଯ୍ୟକ୍ରମ। ଦୀର୍ଘ ୬ବର୍ଷ ଧରି ଏହି ନୂଆଁଖାଇ ଜୋଟଜାଟ କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି। ତେଣୁ ଚଳିତ ବର୍ଷ  ସ୍ଥାନୀୟ ସୌଖିନ ରଙ୍ଗମଞ୍ଚରେ ୬୦ ଜଣ ଅସହାୟ ବୃଦ୍ଧାବୃଦ୍ଧ ସହ ଦିବ୍ୟାଙ୍ଗଙ୍କୁ ନୂଆଁଖାଇ ଭେଟି ଭାବେ ଅଢ଼ିଆ , ଗାମୁଛା, ଶାଢୀ ପ୍ରଦାନ କରାଯାଇଥିଲା।

    ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସବୁ ବର୍ଗର ଲୋକ ଉପସ୍ଥିତ ରହି ଅସହାୟଙ୍କୁ ଉତ୍ସାହିତ କରିଥିଲେ ।  ଦୀର୍ଘ ଛଅ ବର୍ଷ ଧରି ନୂଆଁଖାଇ ପୂର୍ବରୁ ଜୋଟ-ଜାଟ କାର୍ଯ୍ୟକ୍ରମ କରାଯାଇଥିବାରୁ ଏହା ବେଶ ଆଦୃତ ଲାଭ କରିଛି ।

    ଧ୍ରୁବ କର୍ମୀଙ୍କ ରିପୋର୍ଟ

  • ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

    ବରଗଡ କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରେ ଅଘଟଣ । ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ଉଭୟ ପ୍ରେମୀଯୁଗଳ ଘରୁ ଫେରାର ହୋଇଯାଇଥିଲେ । ତେବେ ମୃତ ପ୍ରେମିକ ଆଉଁଳି ଗ୍ରାମର ଆଲୋକ ବେହେରା ହୋଇଥିବା ବେଳେ ପ୍ରେମିକା ଅନୁଗୁଳ ଜିଲ୍ଲା ବଡଗୁଣ୍ଡୁରି ଗ୍ରାମର ହୋଇଥିବା ସୂଚନା ମିଳିଛି । ତେବେ ପ୍ରେମୀଯୁଗଳ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନଥିବା ବେଳେ ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Back to top button