ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପାଖେଇ ଆସୁଛି ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା l ଏ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି l ପୂଜା ପୂର୍ବରୁ ବିଭିନ୍ନ ସମସ୍ୟାକୁ ନେଇ କମିଟି ଚିନ୍ତା ପ୍ରକଟ କରୁଥିବାବେଳେ l ପୂଜା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ପ୍ରୟାସ l ସେପଟେ ଆଜି ବିଏମସିରେ ବସିଥିବା ସମନ୍ୱୟ ବୈଠକରେ ସୁଚାରୁ ରୂପେ ଭୁବନେଶ୍ୱରରେ ଦୁର୍ଗାପୂଜା କରିବା ସହ ଶାନ୍ତିଶୃଙ୍ଖଳା ଓ ପରିମଳ, ରାସ୍ତା ଘାଟ ଓ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି l

ଦୁର୍ଗାପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି l ବିଏମସି ର ଅବ୍ୟବସ୍ଥାକୁ ନେଇ ଚିନ୍ତାରେ କମିଟି l ଖାଲଖମାରେ ରାସ୍ତା ମୁକୁଳା ପଡିଛି ଡ୍ରେନ l ଏହି ଚିତ୍ର ଝାଡ଼ପଡା ଦୁର୍ଗାମଣ୍ଡପର ଦୁଇପଟକୁ, ଲକ୍ଷ୍ମୀସାଗର ଓ ଜିଜିପି କଲୋନୀ ମୁଖ୍ୟ ରାସ୍ତା l ସାଇକେଲ ବେଗରେ ଚାଲୁଛି ଗାଡି l  ଆଉ ଇଏ ହେଉଛି ନୟାପଲ୍ଲୀ ଅଞ୍ଚଳର ଦୃଶ୍ୟ ଯେଉଁଠି ପୂଜା ମଣ୍ଡପ ଆଗରେ ଖାଲ, ଏଥିସହ ଟ୍ରାଫିକ ସମସ୍ୟା ଠାରୁ ଅସରାଏ ବର୍ଷାରେ ପାଣି ଜମିରହିବା ଜଗା l ପୂଜା ପୂର୍ବରୁ ଏଠାକାର ସମସ୍ୟାର ସମାଧାନ କେତେଦୂର ହୋଇପାରିବ…? ଯାହାବି ସମସ୍ୟା ରହିଛି ବା ଭକ୍ତଙ୍କ ସୁବିଧା ପାଇଁ ପୂଜା ପୂର୍ବରୁ ସବୁ ସମାଧାନ ପାଇଁ ଉଠିଛି ସ୍ୱର l

ସେପଟେ ପୂଜାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ବିଭାଗ ସହ ବିଏମସି କରିଛି ସମନ୍ବୟ ବୈଠକ। ମେୟର, କମିଶନରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରାଯାଇଛି । ୨ବର୍ଷ ପରେ ହେବାକୁ ଥିବା କଟକଣା ମୁକ୍ତ ଦୁର୍ଗ ପୂଜାରେ ଏଥର ରାଜଧାନୀରେ ୧୭୮ଟି ମେଢରେ ପୂଜା ହେବ। ତେଣୁ ଲାଇଟ, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଶାନ୍ତି ଶୃଖଳାରେ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି । ପୂଜା ପୂର୍ବରୁ  ରାସ୍ତା ମରାମତି ଓ ମୁକୁଳା ଡ୍ରେନ କାମ ସାରିବା ପାଇଁ ଲକ୍ଷ୍ୟ ରଖିଛି ବିଏମସି l  ପୂର୍ବ ଭଳି ମେଳଣ ହେବା ସହ ଭସାଣି ପାଇଁ ନିର୍ମାଣ ହେବ ଅସ୍ଥାୟୀ ବିସର୍ଜନ ପୋଖରୀ। ସମସ୍ତ ଭସାଣି କମିଟି ସହ ଆଲୋଚନା ସରିଛି। ମେଳାରେ ଖାଦ୍ୟର ମାନ ପରଖିବା ପାଇଁ ୭ଜଣ  ଫୁଡ୍ ଇନସ୍ପେକ୍ଟର ନିୟୋଜିତ ରହିବେ। ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସମସ୍ତ ବିଭାଗ ସହ ସମନ୍ବୟ ରଖି ସୁଚାରୁରୂପେ ପୂଜା ପରିଚାଳନା ହେବ l ଡେଙ୍ଗୁକୁ ଦୃଷ୍ଟିରେ ରଖି ସମସ୍ତ ମଣ୍ଡପ ପାଖରେ ମଶା ଧୂଆଁ ଦିଆଯିବା l ଏଥିସହ ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ସମସ୍ତ ବ୍ୟବସ୍ତା କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଏମସି ଅଧିକାରୀ।

ଦୁଇବର୍ଷର କୋଭିଡ ସମୟ ପରେ  ଧୁମଧାମରେ ପୂଜା ହେବାକୁ ଯାଉଥିବା ବେଳେ ସମସ୍ତଙ୍କ ମନରେ ବେଶ ଉତ୍ସାହ ଏବେଠୁ ଦେଖିବାକୁ ମିଳୁଛି l

ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *