ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

Spread the love

ଆଉ ୨ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ସ୍ନାନ ନୀତି ପରେ ହାତୀବେଶ ବା ଗଜାନନ ବେଶ କରାଯାଇଥାଏ । ମହାପ୍ରଭୁଙ୍କ ହାତୀବେଶକୁ ପ୍ରସ୍ତୁତ କରିଥାନ୍ତି ପୁରୀର ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ। ଏହି କାମରେ ସୋଲ କାରିଗର, ଦର୍ଜି, ଚିତ୍ରକର ଓ ମାଳି ଏକତ୍ର କାମ କରିଥାନ୍ତି। ବହୁ ପୁରାତନ କାଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ମଠ ପକ୍ଷରୁ ବଜାୟ ରହିଛି।

Leave a Reply

Your email address will not be published. Required fields are marked *