ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଅଗ୍ନିଶମ ବିଭାଗ ର ସଜାଗ

କାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା , ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତର ରୂପ ନେବ । ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ । ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାପାତ୍ର । ବାତ୍ଯା ଦାନା କୁ କଡା ମୁକାବିଲା କରିବା ନିମନ୍ତେ ଅଗ୍ନିଶମ ବିଭାଗିୟ ଅଧିକାରି ଙ୍କ ସମେତ ସମସ୍ତ ଅଗ୍ନିଶମ କର୍ମଚାରି ମାନେ ଆଜି ବୋଟ୍ କୁ ସଜାଇ ରଖିବା ସହିତ କଟର ମେସିନ୍ ,ଜାକେଟ୍ ଭଳି ବିଭିନ୍ନ ସରଞ୍ଜାମ ସବୁ ଏକାଠି କରିସାରିଲେଣି ! ଜଦିଓ ବାତ୍ଯା ସମୟରେ ନଇକୁଳିଆ ଅଞ୍ଚଳରେ ଲୋକେ ବାତ୍ଯାରେ ପ୍ରଭାବିତ କିମ୍ବା ଭାସିଜାଉଥିବା ଲୋକଙ୍କୁ କିଭଳି ଉଧାର କରିବ ସେନେଇ ବୋଟ୍ ସଜେଇ ରଖିଥିବା ବେଳେ ,ରାସ୍ତାରେ ଗଛ ପଡି ରାସ୍ତା ବ୍ଳକ ହେଲେ ଗଛ କାଟି ରାସ୍ତା ବ୍ଳକ ହଟାଇବା ପାଇଁ ମଧ୍ୟ କଟର ମେସିନ୍ କୁ ସଜାଇ ରଖିଥିବା ଦେଖିବାକୁ ମିଳିଛି ! ଅନ୍ଯପଟେ ଗଞ୍ଜାମଜିଲ୍ଲା ପ୍ରସାଷନ ଓ ପକ୍ଷରୁ ବାତ୍ଯା କୁ କଡାମୁକା ବିଲା କରିବା ନିମନ୍ତେ ସମସ୍ତ ଅଧିକାରିଙ୍କୁ ନେଇ ଏକ ବୈଠକ ମଧ୍ୟ ସରିସାରିଛି ! ପ୍ରତେକ ଅଧିକାରି ମାନେ ମଧ୍ୟ ସଜାଗ ରହିଥିବା ଜଣାପଡିଛି !

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *