ଭୁବନେଶ୍ୱର : ନ୍ୟାୟ ପାଇବାରେ ଅହେତୁକ ବିଳମ୍ବ ହେବା ଚିନ୍ତାର ବିଷୟ ହୋଇପଡ଼ିଛି। ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏଥିପାଇଁ ଅନେକ ଲୋକଙ୍କ ଜୀବନ ଜେଲରେ କଟୁଛି। ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି। ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଦଜିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି ।
ରାଷ୍ଟ୍ରପତି ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରି ଥିଲେ । ସେ କହିଛନ୍ତି ବଞ୍ଚିତମାନଙ୍କୁ ଉପଯୁକ୍ତ ନ୍ୟାୟିକ ସୁବିଧା ମିଳୁ ।
ସେ କହିଛନ୍ତି, ଏକଥା ମୁଁ ଆଗରୁ କହିଆସିଛି। ଏବେ ପୁଣି ସେହି କଥାକୁ ଦୋହରାଉଛି। ଅନେକ ଆଇନଜୀବୀ ମାଗଣାରେ ସେବା କରୁଛନ୍ତି। ଏହାଦ୍ୱାରା ସାଧାରଣ ଲୋକ ବି ସହଜରେ ନ୍ୟାୟ ପାଇପାରିବେ ବୋଲି ଆଶା ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି କାରଗିଲ ଦିବସ ଉପଲକ୍ଷେ ବଳିଦାନୀ ମାନଙ୍କୁ ମଧ୍ୟ ନମନ କରିଛନ୍ତି । ଓଡ଼ିଶାର ସହିଦ ପଦ୍ମପାଣି ଆଚାର୍ଯ୍ୟଙ୍କ କଥା ମଧ୍ୟ ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି ।
କାର୍ଯକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ ମୁରଲୀଧର, ବାର ଆସୋସିଏସନର ସଭାପତି ଧରଣୀଧର ନାୟକ ଓ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଉପସ୍ଥିତ ଥିଲେ । ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ଉଲ୍ଲେଖନୀୟ ଯେ ରାଷ୍ଟ୍ରପତି ଗତ କାଲି ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିଥିଲେ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ରାତିରେ ରାଜ୍ୟପାଳ ଭବନରେ ରାତ୍ରୀ ଯାପନ କରିଥିବା ରାଷ୍ଟ୍ରପତି ଆଜି ସକାଳେ ସଡ଼କ ପଥରେ ଭୁବନେଶ୍ୱରରୁ କଟକରେ ପହଞ୍ଚିଥିଲେ। ଏହାପରେ ସେ ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯାଇଥିଲେ । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିଥିଲେ। ଏହାପରେ ସେ ଶୈଳବାଳା ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now