ଯୋଗକୁ ଆପଣାଇବାକୁ ମହାମହିମଙ୍କ ପରାମର୍ଶ

Spread the love

() ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାରୁ ସବୁଠି ଉତ୍ସବମୁଖର ପରିବେଶ। ମାଟିର ଝିଅ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଜନ୍ମମାଟିକୁ ଦ୍ୱିତୀୟ ଗସ୍ତ। ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିବା ପରେ ଆଗ ଯାଇଥିଲେ ଉତ୍କଳମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନକୁ ଆଉ ତା ପରେ ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ମାଟିର ଝିଅକୁ ସ୍ୱାଗତ କରିବାକୁ ବିମାନ ବନ୍ଦରରେ ଯେମିତି ଲାଗିଥିଲା ଉତ୍ସବମୁଖର ପରିବେଶ। ନାଚଗୀତରେ ଦୁଲୁକୁଥିଲା ପୁରା ବିମାନବନ୍ଦର। ବିମାନବନ୍ଦରରେ ମହାମହିମ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ। କଡ଼ା ସୁରକ୍ଷା ବଳୟରେ ରାଷ୍ଟ୍ରପତିଙ୍କ କାରକେଡ୍ ସିଧା ଯାଇଥିଲା ଉତ୍କଳ ମଣ୍ଡପକୁ। ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିଲେ ମହାମହିମ। ବୃଦ୍ଧ ପିତାମାତାଙ୍କ ଯତ୍ନ ଠିକରେ ନେଉଛେ କି। ଫଟୋ ପୂଜା କରନି। ବରଂ ପ୍ରକୃତ ସେବା କର। ସୁଖ ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ବହୁ ଦୂରରେ। ଯୋଗର ଉପାଦେୟତା କହିବା ସହ ଆତ୍ମାଶୁଦ୍ଧି ପାଇଁ ଯୋଗ ଧ୍ୟାନ ଜରୁରୀ। ସେଥିଲାଗି ଶରୀର ଓ ଆତ୍ମା ଉଭୟକୁ ଶୁଦ୍ଧି କରିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି। ମାତାଙ୍କୁ ଦେବୀ ତୂଲ୍ୟ କୁହାଯାଏ। କିନ୍ତୁ ଶାସ୍ତ୍ରାନୁମୋଦିତ ଏ ଉକ୍ତିକୁ ଆମେ ମାନୁଛେ କି ବୋଲି ପଚାରିଥିଲେ ରାଷ୍ଟ୍ରପତି।

ସେପଟେ ମାତୃଶକ୍ତି ମଞ୍ଚରେ ଉପସ୍ଥିତ ଅତିଥି ବି ଉଦବେଗ ଝାଡିଥିଲେ ଯେ, ଆଜି ବି ମାତୃଶକ୍ତି ଅବହେଳିତ, ଉପେକ୍ଷିତ। ୧୨ ଶହ ବର୍ଷର ଇତିହାସକୁ ତର୍ଜମା କଲେ ଆଦର, ଉଦାର ସତ୍ତ୍ୱେ ମାଆକୁ ଧାତୁଗତ ଅର୍ଥର ମୂଲ୍ୟ ମିଳିନି ବୋଲି କହିଛନ୍ତି ପ୍ରଜ୍ଞାନନ୍ଦ ଜୀ। ଏହାକୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଇତିହାସର ଏହି ବିସ୍ମୃତିକୁ ବିଲୋପ କରିବାର ସମୟ ଆସିଛି। ମାଆ ବୁଝାଇଲେ ସମାଜ ବୁଝିବ କହିଛନ୍ତି ଧର୍ମେନ୍ଦ୍ର। ଆଉ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ଦୃଷ୍ଟିକୋଣରେ ପ୍ରଗତିଶୀଳ ଓ ସମାଜ ପ୍ରତି ମାତୃଶକ୍ତିର ଅବଦାନକୁ ମନେ ରଖିବା ଦରକାର। ସେଥିଲାଗି ତ ନବୀନଙ୍କ ମିଶନ ଶକ୍ତି ଜରିଆରେ ମାଆକୁ ସମୃଦ୍ଧ କରିବାକୁ ଭରପୁର ପ୍ରୟାସ ଜାରି ରହିଛି। ଆଉ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନକୁ ଉଲ୍ଲେଖ କରିଥିଲେ। ଏହା ସହ ସୂଚାଇ ଦେଇଥିଲେ ଯେ, ଗୋଟିଏ ରାଜନୈତିକ ଦଳର ନେତା, ମନ୍ତ୍ରୀଙ୍କ ପଦବୀ ଯେତେ ଗୁରୁତ୍ୱ ନୁହେଁ, ତାଠୁ ସେମାନଙ୍କର ମାନବତା ଓ ମାତୃଶକ୍ତି ପ୍ରତି ଦାୟିତ୍ୱବୋଧ କେତେ, ତାହା ମହତ୍ତ୍ୱ ରଖେ ବୋଲି କହିଛନ୍ତି।

ଆଧ୍ୟାତ୍ମିକ ବିକାଶ ଜରୁରୀ। କିନ୍ତୁ ସବୁ ଦେଇ ବି ମାଆ ଆଜି ବି ଅବହେଳିତ। ଆଉ ମାଆକୁ ସମ୍ମାନ ଦେବାର ସମୟକୁ ପୁଣି ସମାଜ ଅପେକ୍ଷା କରିଛି କି। ମାତୃଶକ୍ତି ମଞ୍ଚରୁ ମହାମହିମଙ୍କ ଏଭଳି ଉଦବେଗ ଆଜି ବାରି ହୋଇପଡ଼ୁଥିଲା।

ଭୁବନେଶ୍ୱରରୁ ନବକିଶୋର ସାହୁ, ସ୍ୱରୂପା ମହାପାତ୍ରଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *