ଜେଲ ପରିସର ଗଛରେ କଏଦୀଙ୍କ ଆତ୍ମହତ୍ୟା

ଝାରସୁଗୁଡା: ଝାରସୁଗୁଡା ଜେଲ ପରିସରରେ ଅଭାବନୀୟ କାଣ୍ଡ। ଜେଲ ପରିସରରେ ଥିବା ଗଛରେ ଫାଶୀ ଦେଇ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ କଏଦୀ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ। ଝାରସୁଗୁଡା ଉପକାରାଗାରରୁ ଆସିଛି ଏପରି ଅଭିଯୋଗ।

୨୦୧୫ ମସିହାର ଏକ ଦୁଷ୍କର୍ମ ମାମଲାରେ ବଡମାଳ ଥାନା ଅଧୀନ ବୃନ୍ଦାମାଳ ଗାଁର ସୁବାସ ରୋହିଦାସ ୨୦୨୨ରୁ ଜେଲ ଦଣ୍ଡଭୋଗୁଥିଲେ। ତାଙ୍କୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଥିଲା। କିନ୍ତୁ ଆଜି ଅପରାହ୍ନରେ ସେ ଜେଲ ପରିସରରେ ଥିବା ଏକ ଗଛରେ ଫାଶୀ ଦେଇଛନ୍ତି। ନିଜ ଗାମୁଛାରେ ସେ ଗଛରୁ ଝୁଲିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *