ରାଜକନିକା ବ୍ଲକ ଜାଗୁଳାଇପଡା ପଞ୍ଚାୟତର SHG ଓ EC ରାଜ୍ୟ ସରକାର ରିଷ୍ଟ୍ରକ୍ଚରିଙ୍ଗ ନିୟମ ବିରୁଦ୍ଧରେ ରାଜକନିକା ବ୍ଲକ ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଆହୋରାତ୍ର ଧାରଣାର ଉଗ୍ର ରୁପ ନେଇଛି। ଏହି ମହିଳା ମାନଙ୍କୁ ସମର୍ଥନ ଜଣାଇ ବ୍ଲକର ୨୯ ପଞ୍ଚାୟତର ସତାଧିକ SHG ଓ EC ମହିଳା ମାନେ ଧାରଣା ସ୍ଥଳରେ ପହଞ୍ଚି ବ୍ଲକକୁ ଘେରାଉ କରିବା ସହ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହାର ସମାଧାନ ସ୍ୱରୂପ ରିଷ୍ଟ୍ରକ୍ଚରିଙ୍ଗ ନିୟମକୁ ଉଛେଦ କରାନଗଲେ ରାଜରାସ୍ତାକୁ ଓଲ୍ହାଇବା ସହ ସମସ୍ତ ସରକାରୀ କାର୍ଯ୍ୟକୁ ବନ୍ଦ କରିବାକୁ ଚେତାବନୀ ଦେଇଛି SHG ଓ ES ସଙ୍ଘ। ଏନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ବସି ଥିବା ମଧ୍ୟ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ରାଜକନିକା BDO ଓ ଥାନା ଅଧିକାରୀ ଉତ୍ୟକ୍ତ ମହିଳା ମାନଙ୍କୁ ବୁଝାସୁଝା କରି ବିଫଳ ହୋଇଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ଏହି ଘେରାଉକୁ ରାଜକନିକା ବ୍ଲକ ଜୋନର ଜିଲ୍ଲାପରିଷଦ ସମର୍ଥନ ଜଣାଇ ଥିବା ଦେଖିବାକୁ ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now