ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର

ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ଆମ ସଂକଳ୍ପ ନିଶା ନୁହେଁ ଜୀବନ ଡ୍ରଗ୍ସଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ମଦ୍ୟପାନ କରି ଗାଡି ଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ RTO ଗୁଡ଼ିକୁ ନିର୍ଦ୍ଦେଶ ।ରାଜ୍ୟ ସରକାରଙ୍କ ନିଶା ଅପବ୍ୟବହାରର ବିପଦକୁ ମୁକାବିଲା କରିବା ଏବଂ ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତ୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ “ଡ୍ରଗ୍ସ ଫ୍ରି ଭୁବନେଶ୍ୱର” ଆୟୋଜନ କରିବ. ଆସନ୍ତା ଅକ୍ଟୋବର ୨ ରେ ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । 2 ଅକ୍ଟୋବର ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ. ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ. ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶା ସମସ୍ୟା ଉପରେ ଆଲୋଚନା କରାଯିବ. ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ GP ମାନଙ୍କୁ ଉତ୍ସାହିତ କରାଯିବ,ସଫଳ GP ମାନଙ୍କୁ ସ୍ଥାନିତ କରାଯିବ ଏବଂ ତା’ପରେ, ଶ୍ରେଷ୍ଠ ତିନି GP ଙ୍କୁ ପୁରସ୍କାର ଘୋଷଣା କରାଯିବ. SSEPD ବିଭାଗ ବିଭିନ୍ନ NGO ଗୁଡ଼ିକୁ ସାମିଲ କରି ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମାସ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ.
ବାଣିଜ୍ୟ ଏବଂ ପରିବହନ,ସ୍କୁଲ ଏବଂ ଗଣଶିକ୍ଷା,ମିଶନ ଶକ୍ତି,ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ,ଉଚ୍ଚଶିକ୍ଷା,ପଞ୍ଚାୟତି ରାଜ ଏବଂ ପାନୀୟ ଜଳ,ଏସଏସ ଏବଂ ଇପିଡି,କ୍ରୀଡା ଏବଂ ଯୁବ ସେବା ବିଭାଗ ସହ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟକ୍ରମ କରିବେ. ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ୍ ପ୍ରବନ୍ଧ/ବିତର୍କ ପ୍ରତିଯୋଗିତା ଆୟୋଜନ କରି ସଚେତନାକରଣ କାର୍ଯ୍ୟକ୍ରମ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *