ଗୋପାଳ ଖୁଂଟିଆଙ୍କ ସୌଜନ୍ୟରେ ବନ୍ଧୁମିଳନ

Spread the love

ପୁରୀ : ପୁରୁଣା ବନ୍ଧୁ, ପୁରୁଣା ସ୍କୃତି, ପୁରୁଣା ସଂଗଠନ, ପୁରୁଣା କାର୍ଯ୍ୟକୁ ରୋମନ୍ଥନ କରି ନୂଆ ଯୋଜନା ସହ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ ସେବାୟତ ଗୋପାଳ ଖୁଂଟିଆଙ୍କ ସୌଜନ୍ୟରେ ମଶାଣିଚଣ୍ଡି ମନ୍ଦିର ପରିସରରେ ଏକ ଭାବପୂର୍ଣ୍ଣ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ପୂର୍ବତନ ବିଧାୟକ ଶ୍ରୀଜଗନ୍ନାଥଙ୍କ ସମ୍ପତି ସୁରକ୍ଷା ଦେବା ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଲଢେଇ କରିବା ନେତା ଉମାବଲ୍ଲଭ ରଥ ଏଥିରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।

ଏହି ବନ୍ଧୁ ମିଳନରେ ବରିଷ୍ଠ ସଂଗଠକ ରାଜା ମହାନ୍ତି, ଯୁବନେତା ଅବିନାଶ ମିଶ୍ରଙ୍କ ସମେତ ବହୁ ପୁରୁଣା ବନ୍ଧୁ ଯୋଗଦେଇଥିଲେ । ୨୦୨୩ର ଆରମ୍ଭରୁ ଚାଷୀ ଓ ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦରୁ ଜଗନ୍ନାଥଙ୍କ ଜମି ଫେରିବା ପାଇଁ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *