ପୁରୀ

ଖରାଦିନେ ପୁରୀରେ ଚୋରି ବୃଦ୍ଧି

ପୁରୀ : ଖରାଦିନେ ପୁରୀ ସହରରେ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଇଛି । ଘରେ ଲୋକମାନେ ଏସି ଓ ଫ୍ୟାନ ପବନରେ ନିଘୋଡ଼ ନିଦ୍ରାରେ ଶୋଇ ପଡ଼ୁଥିବା ବେଳେ ଝରକା ତାଡ଼ି ଚୋରମାନେ ଘରେ ଚୋରି କରୁଥିବା ଅଭିଯୋଗ ହେଉଛି । ଅନେକ ଚୋରି ଘଟଣା ଥାନାକୁ ଯାଉନଥିବା ବେଳେ କେଉଁ ଥାନା ଅଂଚଳରେ କେତେ ଚୋରି ଘଟଣା ଘଟିଲା ତାହାର ସଠିକ୍ ହିସାବ ରହୁନାହିଁ । ବିଶେଷ କରି ପୁରୀ ସହରକୁ ପ୍ରତିଦିନ ନୂଆ ନୂଆ ଫେରିବାଲା ପ୍ରବେଶ କରିବା ସହ ସହର ତଳି ଓ ବସ୍ତି ଅଂଚଳରେ ରହୁଛନ୍ତି । ଦିନରେ ସାଇକେଲ, ରିକ୍ସାରେ ବେଡ଼ସିଟ, କମଳ ବିଭିନ୍ନ ଜିନିଷ ଧରି ଦ୍ୱାର ଦ୍ୱାର ବୁଲୁଥିବା ବେଳେ କାହା ଘରେ କିଏ ଅଛି, ଛାତ ଉପରକୁ ଚଢିବା ବାଟ କେଉଁଠି, କିପରି ଖସିବା ବାଟ ତାର ନକସା ମନରେ ରଖୁଛନ୍ତି । ଏମାନେ ରାତିରେ ଫୋଲଡ଼ିଂ ନିଶୁଣି ଧରି ପାଇପ ପଟେ ଯାଆସ କରୁଛନ୍ତି । ଏହା ସହ ଦିନରେ କେତେକ ବାଂଲାଦେଶୀ ରାଜମିସ୍ତ୍ରୀ, ମାର୍ବଲ ମିସ୍ତ୍ରୀ, ମୁଲିଆ ରୂପରେ ଘରେ କାମ କରିବା ସହ ରାତିରେ ଛଡ଼ ସିମେଂଟ ଚୋରି କରୁଥିବା ଅଭିଯୋଗ ହେଉଛି । ନକଲି ଆଧାରକାର୍ଡ଼ ତିଆରି କରି ଏମାନେ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଖାଲି ଚୋରି ନୁହଁ ଝିଅ ବୋହୁଙ୍କ ଉପରେ ନଜର ରଖୁଛନ୍ତି ।

କିଛି ବର୍ଷ ପୂର୍ବେ ଜଣେ ବାଂଲାଦେଶୀ ଫେରିବାଲା ଜଣେ କଲେଜ ପଢୁଆ ଝିଅକୁ ଧରି ଫେରାର ହୋଇଯାଇଥିଲା । ଘରେ କେହି ନଥିବା ବେଳେ କବାଟ ଖୋଲା ଥିଲେ ଘରେ ପଶି ମୋବାଇଲ ଓ ପ୍ୟାଂଟ ପକେଟରୁ ଟଙ୍କା ଚୋରି କରୁଥିବା ସହରରେ ଆଲୋଚନା ହେଉଛି । ବାଇକ୍‌, ସ୍କୁଟି, ପାଣିମୋଟର, ସାଇକେଲ, ଛେଳି, କୁକୁଡ଼ା ମଧ୍ୟ ଚୋରି କରୁଥିବା ଅଭିଯୋଗ ହେଉଛି । ଚୋରି କରିବା ପୂର୍ବରୁ କେଉଁ ପଟେ ପଶିବେ ଏବଂ କେଉଁ ପଟେ ଖସିବେ ନଜର କରି ଚୋରି କରୁଛନ୍ତି । ଯାହା ଘରେ କେହି ନଥିବେ ସେହି ଘରକୁ ପ୍ରଥମେ ଟାର୍ଗେଟ କରୁଛନ୍ତି । ଯେଉଁ ଯାଗାରେ ସାହିବାସିନ୍ଦ ମାନେ ଚୋରକୁ ଅଟାକାଉଛନ୍ତି ସେଠାରେ ସେମାନେ ସଂଘବଦ୍ଧ ଆକ୍ରମର କରିବା ପାଇଁ ପଛାଉନାହାନ୍ତି । ପୋଲିସ ପାଟୋଲିଂ ଅନେକ ସ୍ଥାନରେ ରାତିରେ ହେଉନଥିବାରୁ ତାହାର ସୁଯୋଗ ନେଇ ଫେରିବାଲା ମାନେ ସେମାନଙ୍କ ଉତ୍ପାତ ଆରମ୍ଭ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button