ଲାଲ ପିମ୍ପୁଡି ଆତଙ୍କ

Spread the love

ପୁରୀ: ପିପିଲି ବ୍ଲକ ଚନ୍ଦ୍ରଦେଇପୁର ପଂଚାୟତ ବ୍ରାହ୍ମଣ ସାହିରେ ଲାଲ ପିମ୍ପୁଡି ଆତଙ୍କ। ୩ ପରିବାର ଏବେ ପିମ୍ପୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଘର ତାଲା ପକାଇ ଗାଁ ଛାଡ଼ିଲେଣି।  ଗତ ୧୫ରୁ ୨୦ ଦିନ  ହେଲାଣି ପିମ୍ପୁଡ଼ିଙ୍କ ଦୌରାତ୍ମ୍ୟ ଏତେ ବଢ଼ିଯାଇଛି ଯେ ଗାଁ ଲୋକେ ଅତିଶୟ ହୋଇ ପଡିଲେଣି। ଘର ଦ୍ବାର, ରାସ୍ତାଘାଟ ସବୁଠି ଲାଲ ପିମ୍ପୁଡ଼ି  ଦେଖିବାକୁ ମିଳୁଛି ।  ଗାଁ ଲୋକେ ବାହାରକୁ ଯିବା ବେଳେ ଗୋଡ଼ରେ ପଲିଥିନ ଜରି ବାନ୍ଧି ଯାଉଥିବା ଚିତ୍ର ଦେଖିବାକୁ ମିଳିଛି । ଏ ବାବଦରେ ଉକ୍ତ ୱାର୍ଡ ର ୱାର୍ଡ ସଭ୍ୟ ସ୍ଥାନୀୟ ସରପଞ୍ଚ ଙ୍କୁ ଅବଗତ କରିଥିବାବେଳେ ସରପଞ୍ଚ ମଧ୍ୟ ପିପିଲି ବିଡିଓଙ୍କୁ ଅବଗତ କରିଛନ୍ତି।  ସେପଟେ ପ୍ରଶାସନ ଯଦି ଯଥାଶୀଘ୍ର ପିମ୍ପୁଡ଼ି ଆତଙ୍କର ପ୍ରତିକାର ନ କରନ୍ତି , ତେବେ ଗ୍ରାମବାସୀ ଗାଁ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *