ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Spread the love

ପୁରୀ : ସଡକ ସୁରକ୍ଷା ସମ୍ପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ସଡ଼କ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ରାସ୍ତା ନିର୍ମାଣ ସମୟରେ ଉପଯୁକ୍ତ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ, ସଡକ ସୁରକ୍ଷାର ବିବିଧ ବ୍ୟବସ୍ଥାକୁ ଅନୁପାଳନ, ଉପଯୁକ୍ତ ସୂଚନା ଫଳକ ସ୍ଥାନିତ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ।ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହୁ ପରାମର୍ଶ ଦେଇଥିଲେ।

ସହକାରୀ ଏମ.ଭି.ଆଇ. ଅମିତ ରଣା, ଜାତୀୟ ରାଜପଥ କର୍ତ୍ତୃପକ୍ଷର ସାଇଟ୍ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆରଟିଓ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ଵାଗତ ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *