ଆଜିଠାରୁ ପୁଣି ଶ୍ରୀ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି। ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ। ଚଟାଣ ନୂତନ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ ସମୟ ଦିଆଯାଇପାରିନି। ସେହିପରି ବିଶେଷ ଦିନ ମାନଙ୍କରେ କାମ ବନ୍ଦ ରହିଛି। ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା । ଆଗକୁ ଅଧିକ ସମୟ ଆବଶ୍ୟକତା ରହିଛି । ତାହେଲେ ରତ୍ନଭଣ୍ଡାର ମରାମତି ସମୟ ଧାର୍ଯ୍ୟ ପୂର୍ବରୁ ଶେଷ ହୋଇପାରିବ। ଆଉ ଏପଟେ ଶ୍ରୀମନ୍ଦିର ନାଟମଣ୍ଡପ ଧାଡିଦର୍ଶନ ଲାଗୁ ପାଇଁ ପୁଣିଥରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଭିଡକୁ ଦୃଷ୍ଟିରେ ରଖାଯାଇ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଯୋଗମାନଙ୍କ ସହ ଆଲୋଚନା କରାଯାଉଛି । ପ୍ରକ୍ରିୟା ଶେଷ ପରେ ଲାଗୁ ହେବ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଜିଲ୍ଲାପାଳ କହିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now