ଭୁବନେଶ୍ଵର ସମେତ ରାଜ୍ୟର କେତେକ ସ୍ଥାନରେ ବର୍ଷା

Spread the love

ଭୁବନେଶ୍ଵର : ଡପ୍ଲର ରାଡ଼ାରରୁ ମିଳୁଥିବା ତଥ୍ୟ ଅନୁଯାୟୀ, ବଙ୍ଗୋପସାଗରରୁ ରାଜ୍ୟ ମୁହାଁ ହୋଇଛି ବାଦଲ ସମୂହ । ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ରରୁ ଉପକୂଳ ଆଡକୁ ଅଗ୍ରସର ହେଉଛି ମେଘ ସମୂହ । ଯାହାର ପ୍ରଭାବରେ କିଛି ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଛି ।

ରାଜଧାନୀ ଭୁବନେଶ୍ଵରର କିଛି ଅଂଚଳରେ ଆଜି ମଧ୍ୟାହ୍ନରେ ବର୍ଷା ଲାଗିରହିଛି । ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାର କିଛି ଅଂଚଳରେ ମଧ୍ୟ ବର୍ଷା ଲାଗିରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *