ଆଜି ସଜବାଜ, ରାତି ପାହିଲେ ପହିଲି ରଜ

Spread the love

ଆଜି ସଜବାଜ। ରାତି ପାହିଲେ ପହିଲି ରଜ। ଗାଁ ଠୁଁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ। ସ୍ନେହ ଶ୍ରଦ୍ଧା, ମଉଜ ମଜଲିଶ ଓଡ଼ିଆର ପର୍ବ ରଜ। ଘରେ ଘରେ ଅତିଥି ଅଭ୍ୟାଗତି ଆଉ ପିଠାପଣାର ପ୍ରସ୍ତୁତି। ଆରମ୍ଭ ହୋଇଯାଇଛି ରଜ କାର୍ୟ୍ୟକ୍ରମ। ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପର୍ୟ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ।

ରଜ ପ୍ରତି ଓଡିଆଙ୍କ ପାଇଁ ୫ ଦିନିଆ ପର୍ବ । ସଜବାଜ, ଖିଆପିଆ, ବୁଲାବୁଲିରେ ସମୟ ବିତାଇବାର ମୁହୁର୍ତ ହୋଉଛି ରଜ। ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ । ଆଜି ହେଉଛି ସେଇ ସଜବାଜ ବା ରଜ ଉତ୍ସବର ଆଦ୍ୟ ପର୍ବ କହିଲେ ଚଳେ । ସବୁଠି ଆଜିଠୁ ସଜେଇ ହେଲେଣି କୁମାରୀମାନେ। କୁମାରୀମାନେ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ସଜେଇ ହୋଇଛନ୍ତି । କିଏ କାହାକୁ ମେହେନ୍ଦୀ ଲଗେଇ ଦେଉଛନ୍ତି ଆଉ କିଏ ପୁଣି ଗଭା ସଜେଇ, କୁକୁମ ଲଗେଇ ଦେଉଛନ୍ତି । ସେହିଭଳି ବୟସ୍କ ବ୍ୟକ୍ତି ଓ ଯୁବକମାନେ ତାସ, ଚେସ୍ ଓ କ୍ୟାମେରା ଖେଳର ମଜା ଉଠାଉଛନ୍ତି ।

Leave a Reply

Your email address will not be published. Required fields are marked *