ଓଡ଼ିଶାରାଜନୀତି

ବିଜେଡିରେ ନୂଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଜାରି

ବିଜେଡିରେ ନୂଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଜାରି ହୋଇଛି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭଳି ୬ ଜଣ ବରିଷ୍ଠ ନେତାଙ୍କ ହାତରେ ୩୦ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି। ପୂର୍ବ ତାଲିକାରୁ ସୌମ୍ୟରଂଜନ ପଟ୍ଟନାୟକ ଏବଂ ବିକ୍ରମ କେଶରୀ ଆରୁଖ ବାଦ୍ ପଡ଼ିଛନ୍ତି । ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନିର୍ବାଚିତ ହେବା ପରିପ୍ରେକ୍ଷୀରେ ସଂଗଠନ ଦାୟିତ୍ୱରୁ ହଟିଥିବା ବେଳେ ସୌମ୍ୟ କିନ୍ତୁ ସାଂଗଠନିକ କାର୍ଯ୍ୟରେ ନବୀନଙ୍କ ଆସ୍ଥାଭାଜନ ହୋଇପାରିନାହାନ୍ତି। ସୌମ୍ୟଙ୍କ ଦାୟିତ୍ୱରେ ଥିବା ୭ ଟି ଜିଲ୍ଲାକୁ ପ୍ରତାପ ଜେନାଙ୍କୁ ନ୍ୟସ୍ତ କରାଯାଇଛି । ସେହିଭଳି ବିକ୍ରମ ଆରୁଖଙ୍କ ପାଖରେ ଥିବା ୫ଟି ଜିଲ୍ଲାକୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦାୟିତ୍ୱରେ ଛଡ଼ାଯାଇଛି। ପୁରୁଣା ତାଲିକାରେ ଥିବା ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତିଙ୍କୁ ନୂଆ ତାଲିକାରେ ସେମାନଙ୍କ ପୂର୍ବ ଜିଲ୍ଲାର ଦାୟିତ୍ୱ ସହ ସ୍ଥାନ ମିଳିଛି।

Leave a Reply

Your email address will not be published.

Back to top button