ନିଶା ଥାଏ ବିଭିନ୍ନ ପ୍ରକାରର । ନିଶା କହିଲେ ସାଧାରଣ ତ ନିଶାଡୀ ବା ମାଦକ ଦ୍ରବ୍ୟ ନିଶାଡୀଙ୍କୁ ବୁଝାଯାଏ ହେଲେ ଆମେ ଏମିତି ଜଣେ ନିଶାଡୀଙ୍କ କଥା କହୁଛୁ ଯିଏ ଏ ସବୁଠୁଁ ଦୂରରେ। ତାଙ୍କ ନିଶା କେବଳ ବହି ପ୍ରେମରେ। ବହି ସଂଗ୍ରହ କରି ପଢିବା ଆଉ ବହି ଲେଖିବା ପାଲଟିଛି ତାଙ୍କର ନିଶା। ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ର ବହି ମଣିଷ ରାଜକିଶୋରଙ୍କ କଥା। ରାଜକିଶୋର ପାଣିଗ୍ରାହୀ ବୟସ ୮୦ ଟପିଲାଣି, ହେଲେ ସମ୍ପୂର୍ଣ୍ଣ ସୁସ୍ଥ ଆଉ ବିନନ୍ଦାସ ମଣିଷ । ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଗ୍ରାମରେ ବାସ କରନ୍ତି ରାଜ କିଶୋର । ବୃତ୍ତିରେ ସେ ଜଣେ ଶିକ୍ଷକ ହେଲେ ନିଶା ତାଙ୍କର ସମାଜ ସେବା ଓ ଲେଖିବା। ସେବା ପାଇଁ ସେ ଅନେକ ସମ୍ମାନ ପାଇସାରିଛନ୍ତି, ଯେଉଁଆଡ଼େ ଦେଖିବେ ଘରସାରା ସମ୍ମାନର ଫଳକ ଆଉ ସମ୍ମାନ ପତ୍ର ଟାଙ୍ଗା ହୋଇ ରହିଛି । ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଠାରୁ ମଧ୍ୟ ସମ୍ମାନିତ ହୋଇଛନ୍ତି। ହେଲେ ଅବସର ପରେ ବି ଥକି ନାହାନ୍ତି ସେ। ତାଙ୍କ କଲମ ମୁନ ସେହିପରି ଅହରହ ଚାଲିଛି। ନିଜେ ନିଜ ପାଇଁ ପରିଚୟ ସୃଷ୍ଟି କରିଛନ୍ତି ରାଜକିଶୋର। ୩୨ ଖଣ୍ଡ ବହି ଲେଖି ସାରିଛନ୍ତି ରାଜକିଶୋର ପାଣିଗ୍ରାହୀ, ଶିଶୁ, ଯୁବକ, ବୟସ୍କଙ୍କଠୁ ଆରମ୍ଭକରି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଲେଖିଛନ୍ତି ଅନେକ ବହି। ଏବେ ବି ୫ରୁ ଉର୍ଦ୍ଦ୍ୱ ବହିର ଲେଖା ଚାଲିଛି। ଲେଖିବା କି ଏହାକୁ ପ୍ରିଣ୍ଟ କରିବା ପାଇଁ ଖର୍ଚ୍ଚ କାହା ପକ୍ଷରୁ ଆଣନ୍ତି ନାହିଁ । ନିଜ ପେନସନ ପଇସାରୁ କିଛି ପ୍ରତି ମାସରେ ଏହି କାମରେ ଖର୍ଚ୍ଚ କରନ୍ତି ରାଜ କିଶୋର। ତେବେ ବହି ପ୍ରେମରେ ପାଗଳ ପ୍ରାୟ ରାଜ କିଶୋର। ତାଙ୍କ ପରିବାର ଲୋକଙ୍କ ମତରେ ବହି ଆଗ ଘରଲୋକ ତାଙ୍କ ପାଇଁ ପଛ। କେବଳ ସେତିକି ନୁହେଁ। ବିଭିନ୍ନ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋଡ଼ା ପଡନ୍ତି ରାଜ କିଶୋର। ଶିକ୍ଷା, ସାହିତ୍ୟ, ସମାଜ ସେବାର ସେ ତ୍ରିବେଣି ସଙ୍ଗମ। ଯେଉଠିକି ଯାଆନ୍ତି ସେଠୁ ଖଣ୍ଡିଏ ଖଣ୍ଡିଏ ବହି ସଂଗ୍ରହ କରନ୍ତି। ଏହି ନିଶା ତାଙ୍କୁ ଆଖପାଖ ଅଞ୍ଚଳ ରେ ବହି ମଣିଷର ପରିଚୟ ଦେଇଛି। ତେବେ ବହି ପ୍ରେମରେ ପାଗଳ ପ୍ରାୟ ରାଜ କିଶୋର। ତାଙ୍କ ପରିବାର ଲୋକଙ୍କ ମତରେ ବହି ଆଗ ଘରଲୋକ ତାଙ୍କ ପାଇଁ ପଛ। କେବଳ ସେତିକି ନୁହେଁ। ବିଭିନ୍ନ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋଡ଼ା ପଡନ୍ତି ରାଜ କିଶୋର। ଶିକ୍ଷା, ସାହିତ୍ୟ, ସମାଜ ସେବାର ସେ ତ୍ରିବେଣି ସଙ୍ଗମ। ଯେଉଠିକି ଯାଆନ୍ତି ସେଠୁ ଖଣ୍ଡିଏ ଖଣ୍ଡିଏ ବହି ସଂଗ୍ରହ କରନ୍ତି। ଏହି ନିଶା ତାଙ୍କୁ ଆଖପାଖ ଅଞ୍ଚଳ ରେ ବହି ମଣିଷର ପରିଚୟ ଦେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now