ବିଜ୍ଞାନ ଓ ପ୍ରଯୁକ୍ତି

ଆଜିଠୁ ଚନ୍ଦ୍ରର ନିକଟତର ହେବ ଶୁକ୍ର

ଭୁବନେଶ୍ୱର : ଆଜି (ମଙ୍ଗଳବାର)ଠାରୁ ଜୁନ ୧୫ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର ଗ୍ରହ । ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଂଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖିହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଶୁକ୍ର ଦେଖାଦେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ କାଲି ସନ୍ଧ୍ୟା ୬ଟା ୩୦ରୁ ୮ଟା ଯାଏଁ ପ୍ଲାନେଟାରିୟମ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ଼.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ତଥା ଭାରତର ସବୁ ଅଂଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୬ଟା୩୦ରୁ ୯ଟା୧୫ ଯାଏଁ ଦେଖିହେବ । ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ରୁ ୮ଟା ଯାଏଁ ପ୍ଲାନେଟୋରିୟମରେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ ।

Related Articles

Leave a Reply

Your email address will not be published.

Back to top button