ନାକଚଣା ଦ୍ୱାରରେ ଲାଗିଲା ତିନି ରଥ

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ବାହୁଡା ପ୍ରସ୍ତୁତି, ଜନ୍ମବେଦୀରୁ ପୁଣିଥରେ ରତ୍ନବେଦୀକୁ ଫେରିବେ ଚତୂର୍ଦ୍ଧାମୂର୍ତ୍ତି । ଶରଧାବାଲି ନାକଚଣା ଦ୍ୱାରରେ ଲାଗିଲା ତିନି ରଥ । ଗତକାଲି ପ୍ରଥମେ ଦର୍ପଦଳନ ଓ ତାଳଧ୍ବଜ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ବାରରେ ଲାଗିଥିବା ବେଳେ ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଛି। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ମଣ୍ଡପ ଦର୍ଶନ। ଶ୍ରଦ୍ଧାଳୁମାନେ ସିଂହଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଚାରି ମୂରତିଙ୍କ ଦଶର୍ନ କରିବା ସହ ନାକଚଣା ଦ୍ବାର ଦେଇ ପ୍ରସ୍ତାନ କରୁଛନ୍ତି । ୧୫ ତାରିଖରେ ବାହୁଡା ଥିବା ବେଳେ ଆସନ୍ତକାଲି ସଂଧ୍ୟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ବେଶ ଭିଡ଼ ପରିଲିକ୍ଷିତ ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *