ଜୁନ ୨୭ରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା

ଜୁନ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା | ମହାପ୍ରଭୁଙ୍କ ରଥ ନିର୍ମାଣରେ  ରଥ ଖଳାରେ ବ୍ୟସ୍ତ ମହାରଣା ସେବକ, ଭୋଇ ସେବକ, ରୂପକାର ସେବକ | ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ସହ ନାହାକା ଅଖ ସଂଯୋଗ  କରାଯିବ। ଆଉ ଏନେଇ ରଥଖଳାରେ ଆଜି ସିଙ୍ଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ କରାଯାଇଛି। ଜନ୍ତାଗାଡରେ ନାହାକା ତୁମ୍ବରେ ଅର ଲଗାଯିବା ପାଇଁ ଭୋଇ ସର୍ଦ୍ଦାରଙ୍କ ଦ୍ୱାରା ସିଙ୍ଗଡା ବାଡିଆ ଆରମ୍ଭ ହୋଇଛି । ଯାହାକୁ ଦେଉଳି ଭାଷାରେ ସିଙ୍ଗଡା ପିଟା କାର୍ଯ୍ୟ କୁହାଯାଇଥାଏ । ଭୋଇ ସେବକମାନେ ଜନ୍ତାଗା଼ଡରେ ତିନି ରଥର ନାହାକା ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଆରମ୍ଭ କରିଛନ୍ତି। ସେପଟେ ରୂପକାର ସେବାୟତଙ୍କ ଦ୍ଵାରା ଗତକାଲି ଠାରୁ କୋଣଗୁଜ କାର୍ଯ୍ୟ ଆରମ୍ଭ ହୋଇଛି।ତେବେ ଭଉଁରୀକୁ ଦୃଷ୍ଟିରେ ରଖି ଆଜି ରଥଖଳାରେ  ନାହାକା ତୁମ୍ଭରେ ଅରସଂଯୋଗ ପାଇଁ ଯନ୍ତାଗାଡରେ ହୋଇଛି ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ।  ଭୋଇ ସର୍ଦ୍ଦାର ଶ୍ରୀଫଳ ବାଡେଇ  ଅନୁକୁଳ କରିବା ପରେ ଆଜି ଆରମ୍ଭ ହୋଇଛି କୋରାମୁଣ୍ଡାରେ ସିଙ୍ଗଡା ବାଡିଆ  ।ତେବେ ତୁମ୍ୱରେ ଅରଯୋଡା କାମକୁ ଦେଉଳି ଭାଷାରେ ସିଙ୍ଗଡା ପିଟା କହଥାନ୍ତି । ଏହି କାର୍ଯ୍ୟଟି ରଥ ଖଳାର ଜନ୍ତାଗାଡରେ ଭୋଇ ସେବକମାନେ କରିଥାନ୍ତି । ଅନ୍ୟପଟେ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ଠାରୁ ରୁପକାର ସେବକମାନେ କୋଣଗୁଜ ଅନୁକୁଳ କରିବା ପରେ ଚାଲିଛି କୋଣଗୁଜରେ ନୃସିଂହଙ୍କ ରୂପ ଖୋଦେଇ କାର୍ଯ୍ୟ  ।ତେବେ ତାଳଧ୍ଵଜ ଓ ନନ୍ଦିଘୋଷ ରଥରେ ୧୬ଟି ଲେଖାଁଏ ଗୁଜ ଲାଗିବାକୁ ଥିବାବେଳେ ଦେବୀ ରଥରେ ୧୨ଟି  ଗୁଜ  ଲଗାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *