ପ୍ରସିଦ୍ଧ ବେଦବ୍ୟାସ ପୀଠ, ପ୍ରବେଶ ପଥର ମୂତ୍ର ଗନ୍ଧ ଓ ଭିକାରୀଙ୍କ ଭିଡ଼ ଭକ୍ତଙ୍କୁ ସ୍ୱାଗତ କରୁଛି

ରାଉରକେଲା : ରାଉରକେଲାକୁ ଲାଗି ରହିଛି ପ୍ରସିଦ୍ଧ ବେଦବ୍ୟାସ ପୀଠ । ଏହାର ଉନ୍ନତିକରଣ କରାଯାଉଛି ଓ ନିକଟରେ ୫-ଟି ସଚିବ ମଧ୍ୟ ସେଠାକୁ ବୁଲିଯାଇଥିଲେ, ସେହିିଦିନ କେବଳ ସଫା ସୁତରାକୁ ଦୃଷ୍ଟି ଦେଇଥିଲା ଏହାର ଟ୍ରଷ୍ଟ, କିନ୍ତୁ ଅନ୍ୟ ଦିନ ଗୁଡିକରେ ଏଠାକୁ ପ୍ରବେଶ କଲା ବେଳେ ପୂତିଗନ୍ଧମୟ ପରିବେଶ ସାଙ୍ଗକୁ ଭିକାରୀଙ୍କ ଭିଡ ଭକ୍ତଙ୍କୁ ନାକରେ ହାତ ଦେଇ ଭିକାରୀଙ୍କ କବଳରୁ ନିଜକୁ ରକ୍ଷାକରି ଠାକୁରଙ୍କୁ ଦର୍ଶନ ଲାଗି ଯିବାକୁ ପଡୁଥିବାର ଅଭିଯୋଗ ହେଉଛି । ବ୍ୟାସ ମୁନୀ ଏଠାରେ ସାଧନା କରିଥିଲେ । ଏହା ପଛରେ ଅନେକ ଇତିହାସ ରହିଛି । ତ୍ରୀବେଣୀ ସଙ୍ଗମ ମଧ୍ୟ ରହିଛି । ଏହାକୁ ଜାଣିବା ଓ ଦେଖିବା ଲାଗି ଅନେକ ଭକ୍ତ ଦୂର ଦୂରାନ୍ତରୁ ଏଠାକୁ ଆସିଥାନ୍ତି । ଏହା ଛଡା ସ୍ଥାନୀୟ ଲୋକେ ମଧ୍ୟ ବିଭିନ୍ନ ସମୟରେ ଏଠାରେ ଭିଡ ଲଗାଇଥାନ୍ତି, ହେଲେ ଏହାର ଦାୟିତ୍ୱରେ ଥିବା ଟ୍ରଷ୍ଟ ଏଠାରେ ଚାଲିଥିବା ଏଭଳି କାର୍ଯ୍ୟ ସାଙ୍ଗକୁ ପରିବେଶ ପ୍ରତି ଦୃଷ୍ଟି ଦେଉନଥିବା ଏଠାରେ ଥିବା ବାବା ମାନେ ମଧ୍ୟ କହିଛନ୍ତି । ଏହାର ମୁଖ୍ୟ ପ୍ରବେଶ ପଥରେ ଥିବା ଛୋଟିଆ ଘର ପଛପଟେ ଲୋକେ ପରିଶ୍ରା କରିବା ସହ ମଦ୍ୟପାନ କରିବା, ସକାଳୁ ଏହାର ପ୍ରବେଶ ପଥରେ ଛୋଟ ଛୋଟ ସ୍କୁଲ ଯିବା ବୟସର ଝିଅ ପିଲା ମାନେ ଭିକ ମାଗିବା, ଭିକ ପାଇବା ଲାଗି ଭକ୍ତ ମାନଙ୍କୁ ଘେରିଜିବା, ସେମାନଙ୍କ ଗାଡି ପାଖଯାଏ ହାତ ପତାଇ ଲାଗି ରହିବା ଭଳି ପରିବେଶ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିବା ସହ ସେମାନଙ୍କୁ ଅସୁବିଧାରେ ପକାଉଛି ।

ଦେଖଣାହାରି ମାନେ କହିବା କଥା, ଏହାର ପ୍ରବେଶ ପଥରେ ଏଇଆ ଭିତରେ ଆହୁରି ସମସ୍ୟା ଲାଗି ରହିଛି । ରାଉରକେଲା ଆଖପାଖ ମହାନଗର ଅଂଚଳକୁ ଭିକାରୀ ମୁକ୍ତ କରିବା ଲାଗି ସରକାର ଅନେକ ଯୋଜନା କରିଛନ୍ତି, ବହୁ ଅର୍ଥ ଏଥିଲାଗି ଖର୍ଚ୍ଚ ହେଉଛି ହେଲେ ସେ ଯୋଜନା କିଭଳି ଚାଲିଛି ତାହାର ପ୍ରମାଣ ଦେଉଛି ବେଦବ୍ୟାସ ପୀଠ । ଟ୍ରଷ୍ଟ ପକ୍ଷରୁ କେବଳ ଶବ ଦାହ ଲାଗି ଅର୍ଥ ଆଦାୟ ଲାଗି ଏକ କାଉଁଟର ଖୋଲି ଦିଆଯାଇ ରୋଜଗାର ବ୍ୟବସ୍ଥା କରାଯାଇଛି, କିନ୍ତୁ ମନ୍ଦିର ପାଖରେ ଏସବୁ ସମସ୍ୟାକୁ ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଏଠାରେ ଥିବା ଭିକାରୀ, ଦୋକାନୀ ଓ କିଛି ଅସାମାଜିକ ବ୍ୟକ୍ତି ମନ୍ଦିର ସମ୍ମୁଖ ଘର ପଛରେ ମଦ୍ୟପାନ ସାଙ୍ଗକୁ ପରିଶ୍ରା ଓ ମଳତ୍ୟାଗ କରି ପରିବେଶକୁ ନଷ୍ଟ କରୁଛନ୍ତି । ଏଠାରେ ଥିବା ବାବା ମାନେ କହିଛନ୍ତି କେବଳ ଟ୍ରଷ୍ଟରେ କିଛି ଲୋକ ରହି ନିଜର ନାମକୁ ପ୍ରଶାସନ ସହ ଯୋଡି ନିଜ ଫାଇଦାରେ ସିନା ବ୍ୟସ୍ତ ରହୁଛନ୍ତି, କିନ୍ତୁ ମନ୍ଦିର ପ୍ରତି ସେମାନେ ଆଦୌ ଦୃଷ୍ଟି ଦେଉନାହାନ୍ତି । ଖାଲି ସେତିକି ନୁହେଁ କିଛି ଟ୍ରଷ୍ଟି ଏହି ଅନୁଷ୍ଠାନ ନାମରେ ବିଭିନ୍ନ କଳ କାରଖାନାରୁ ବେଶ ଦୁଇ ପାଇସା ଆଦାୟ କରି ନିଜ ପକେଟ ଗରମ କରୁଥିବାର ଅଭିଯୋଗ ହେଉଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ଟ୍ରଷ୍ଟ ସହ ଯୋଡି ହୋଇ ରହିଛନ୍ତି, ସେ ଏନେଇ ସମୟ ଦେଇ ପାରୁନଥିବାରୁ ଏଠାରେ ଅରାଜକତା ଚାଲିଛି ବୋଲି ବାବା ମାନେ ଗୁପ୍ତରେ କହିଛନ୍ତି । କେତେବେଳେ କିଏ ଏଠାକୁ ଆସୁଛି, ମନ୍ଦିର ପାଖରେ ଶୋଇ ରହୁଛି ସେ ଅପରାଧୀ ନା ଭକ୍ତ ସେ ସବୁ ଦେଖିବା ଲାଗି ମଧ୍ୟ ବ୍ୟବସ୍ଥା ଥିବାଭଳି ମନେ ହେଉନଥିବା କୁହାଯଇାଛି । ତେଣୁ ଯଦି ୫-ଟି ସଚିବ ଏ ଯାଗାକୁ ବୁଲି ଆସିଥିଲେ ଓ ଏହାର ଉନ୍ନତି ଲାଗି ଅର୍ଥର ବ୍ୟବସ୍ଥା କରୁଛନ୍ତି ପ୍ରଥମେ ଏହାର ପରିବେଶ ତଥା ଏହାର ରକ୍ଷାଣା ବେକ୍ଷଣ ଲାଗି ଥିବା ସଂସ୍ଥା ଉପରେ ପ୍ରଥମେ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *