ରତ୍ନଭଣ୍ଡାରର ମରାମତି ଜରୁରୀ : ଏଏସଆଇ

Spread the love

ଭୁବନେଶ୍ୱର : ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି । ଏଏସଆଇ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ସୋମବାର ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ନେଇ ଏଏସଆଇ ଅଧୀକ୍ଷକ କହିଛନ୍ତି ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇ ନଥିଲା । ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା । ସେତେବେଳେ ଛାତରୁ ପାଣି ଗଳୁଥିଲା, ଚଟାଣରେ ପଥର ପଡ଼ିଥିଲା । କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା । ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ।

Leave a Reply

Your email address will not be published. Required fields are marked *