ପୁରୀ : ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଳମ୍ବ ଯୋଗୁଁ ସମସ୍ୟା ଦେଖିବାକୁ ମିଳୁଛି । ଶ୍ରୀଜୀଉଙ୍କ ହରିଶୟନ ନୀତି ପରେ ଗତକାଲି ଗରୁଡ଼ ଶୟନ ନୀତି ମଧ୍ୟ ବିଳମ୍ବ ହୋଇଛି । ମହାପ୍ରଭୁଙ୍କ ଏହି ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁଁ ଦୂରଦୁରନ୍ତରୁ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଧାଡିରେ ଅପେକ୍ଷା କରି ଅତିଷ୍ଠ ହୋଇପଡିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now