ଅଲିଭ ରିଡଲେ ପ୍ରଜନନ ପାଇଁ କଟକଣା ଜାରି

Spread the love

ପାରାଦୀପ: ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆସିଛି। ବିଭିନ୍ନ ନଦୀ ଓ ସମୁଦ୍ର ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଛୁଟିଛି ଭିଡ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଏମାନଙ୍କ ସୁରକ୍ଷା ଓ ସୁରକ୍ଷିତ ପ୍ରଜନନ ପାଇଁ ଆଜିଠାରୁ ବିଭିନ୍ନ ମୁହାଣରେ ମାଛଧରା ଉପରେ ଲାଗିଛି  କଟକଣା । ଏହି କଟକଣା  ୭ ମାସ ଅର୍ଥାତ୍ ନଭେମ୍ୱର ପହିଲାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ପ୍ରତିବର୍ଷ ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଓଡ଼ିଶାର ଦେବୀ ମୁହାଣ, ଧାମରା ଓ ଋଷିକୁଲ୍ୟା ମୁହାଣକୁ ଅଣ୍ଡାଦାନ ଦେବାକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୭ମାସ ଧରି ସମୁଦ୍ରକୂଳରୁ ୨୦ କିଲୋମିଟର ପରିଧି ଭିତରେ ମାଛ ଧରିବା ସହ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ଓ ବୋଟ୍ ଆଦି ନିଷେଧ କରାଯାଇଛି। ଏହି ନିୟମକୁ ଭାଙ୍ଗିଲେ ଜେଲ ଓ ଜରିମାନା ହେବା ନେଇ ଏକ ନୋଟିସ୍ ଜାରି ହୋଇଛି।

କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଏଭଳି କଟକଣା ଲଗାଯାଇ ଆସୁଛି। ତେବେ  ଏପରି କଟକଣାକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର।

Leave a Reply

Your email address will not be published. Required fields are marked *