ନାଲାଗୁଣ୍ଠି ଠାରେ ପଂଚାୟତ ସ୍ତରୀୟ କର୍ମକର୍ତା ବୈଠକ

Spread the love

ମାଲକାନଗିରି : ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାଲକାନଗିରି ତଥା ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବାଙ୍କ ନେତୃତ୍ୱରେ କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ଠାରେ ପଂଚାୟତ ସ୍ତରୀୟ କର୍ମକର୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱତନ୍ତ୍ର ଉନୟନ୍ନ ବିକାଶ ପରିଷଦ ଅଧ୍ୟକ୍ଷ ମାଲକାନଗିରି ତଥା ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜେଡି ଜିଲ୍ଲା ଯୁବ ସଭାପତି ଅନୁପ ମିସ୍ତ୍ରୀ, କାଲିମେଳା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ମିରିକଙ୍କ ମଣ୍ଡଳ, ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଚିରଞ୍ଜିତ ବାଲା, ଜଗା ମାଢ଼ି, ବିଦ୍ୟା ମାଡକାମି, ବିଷ୍ଣୁ ମଣ୍ଡଳ, ବିମା ମାଡକାମି ଏବଂ ସ୍ଥାନୀୟ କର୍ମକର୍ତା ଯୋଗଦେଇ ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଦଳକୁ କିପରି ତୃଣମୂଳ ସ୍ତରରେ ମଜବୁତ୍ କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଶେଷରେ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ପାଣ୍ଠିରୁ ପଂଚାୟତର କେମିତି ଉନ୍ନତିକରଣ କାଯ୍ୟ ଜାରି ରହିବ ଏବଂ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନପ୍ରିୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଂଚେଇବା ସହିତ ତୃଣମୂଳ ସ୍ତରରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳକୁ ସାଙ୍ଗଠନିକ ମଜଭୁତ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ଜିଲ୍ଲା ଯୁବ ସଭାପତି ଶ୍ରୀ ରାବା ।

Leave a Reply

Your email address will not be published. Required fields are marked *