ପଛୁଆ ବର୍ଗର ସାମାଜିକ ଓ ଅର୍ଥନୈତିକ ସର୍ଭେ ଉପରେ ହୋଇଛି ସମୀକ୍ଷା

Spread the love

ଜୟପୁର : ପଛୁଆ ବର୍ଗର ସାମାଜିକ ଓ ଅର୍ଥନୈତିକ ସର୍ଭେ ଆରମ୍ବ ହୋଇଛି  । ମେ୧ରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ଯାଏ ସର୍ଭେ ହେବ  । ଏନେଇ ଆଜି ସର୍ଭେ ର ସ୍ଥିତି ଉପରେ ସମିକ୍ଷା କରାଯାଇଛି  । ଜୟପୁର ବ୍ଲ ସଭା ଗୃହରେ ଏବିଡିଓ ମନୋଜ ନାୟକ, ଜିପିଓ ପ୍ରଶାନ୍ତ ମିଶ୍ର ସମୀକ୍ଷା କରିଛନ୍ତି  । ଜୟପୁର ପୌରାଂଚଳରେ ୯ଟି ସେଂଟର କରାଯାଇଥିବା ବେଳେ ଜୟପୁର ବ୍ଲକ ୯୩ଟି ସେଂଟର କରାଯାଇଛି  । ବିଡିଓ ରାଜୀବ ଦାସ, ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତତ୍ୱବଧାନରେ ସର୍ଭେ ଜାରି ରହିଛି  । ଅଙ୍ଗନବାଡୀ କର୍ମି ଓ ଆଇସିଡିଏସ ସୁପରଭାଇଜର. ପୌର କର୍ମଚାରି ଗଣନାକାରୀ ଓ ପରିଦର୍ଶକ ଭାବେ ନିୟୋଜିତ ଅଛନ୍ତି  । ଗ୍ରାମ ଓ ସହରରେ ଥିବା ସ୍କୁଲ ଓ ଅଙ୍ଗନବାଡୀ କେନ୍ଦ୍ର ରେ ସେଂଟର କରାଯାଇଛି  । ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ପଛୁଆ ବର୍ଗ ପରିବାରର କୈଣସି ବ୍ୟକ୍ତି ବିଶେଷ ଯାଇ ସେଂଟରରେ ପରିବାର ସମସ୍ତଙ୍କ ତଥ୍ୟ ପ୍ରଦାନ କରିବେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି  ।

Leave a Reply

Your email address will not be published. Required fields are marked *