ଓଡ଼ିଶା ବିଧାନସଭାରେ ନେଭା କାର୍ଯ୍ୟକାରିତାର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବୁଧବାର ପୂର୍ବାହ୍ନରେ ଜାତୀୟ ଇ-ବିଧାନ (ନେଭା) କାର୍ଯ୍ୟକାରିତାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଅଗଷ୍ଟ ମାସ ତୃତୀୟ ସପ୍ତାହ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସମାପ୍ତ କରି ପରବର୍ତୀ ତିନି ମାସ ମଧ୍ୟରେ ଓଡ଼ିଶା ବିଧାନସଭାରେ ସଂପୂର୍ଣ୍ଣ ଭାବେ ନେଭା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଉପସ୍ଥିତ ସମସ୍ତ ସଂଶ୍ଳିଷ୍ଟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ପୂର୍ବରୁ ସଦସ୍ୟମାନଙ୍କୁ ନେଭା ଆପ୍ ସହ ଅଭ୍ୟସ୍ତ କରାଇବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭାରେ ପରିଣତ କରିବାକୁ ଇ-ବିଧାନ ଆପ୍ଲିକେସନ୍ କାର୍ଯ୍ୟକାରୀ ହେବାକୁ ଯାଉଛି । ବୈଠକରେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ସମେତ ଓକାକ୍, ଏନ୍ଆଇସି, ରାଜ୍ୟ ସୂଚନା ପ୍ରଯୁକ୍ତି ବିଭାଗ, ପୂର୍ତ ବିଭାଗ ଏବଂ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *