ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ । ନବରଙ୍ଗପୁର ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ପ୍ରଭାବରେ ନବରଙ୍ଗପୁର ସହର ଘରୋଇ ବସ ଷ୍ଟାଣ୍ଡ ନିକଟସ୍ଥ  ବଜରଙ୍ଗ ରାଇସ ମିଲ କାନ୍ଥ ଏବଂ ଉପରେ ଥିବା ଘର ଭୁଶୁଡି ପଡିଛି। ତେବେ ରାଇସ ମିଲ ଭିତରେ ତିନି ହଜାର କ୍ୱିଣ୍ଟାଲ  ସରକାରୀ ଚାଉଳ ରହିଥିବା ଜଣାପଡିଛି । ଘଟଣା ବାବଦରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ଧାନ ଏବଂ ଚାଉଳ ଗୁଡିକୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ତାଙ୍କ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ମିଲ ମାଲିକ ବିକାଶ ଅଗ୍ରୱାଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *