୩୭ ବର୍ଷରେ ଜୁନିଦାର ଝାମୁଯାତ୍ରା

ଦଶରଥପୁର ବ୍ଲକ ଯୁନିଦାପାଟଣା ଗ୍ରାମରେ ଝାମୁ ଯାତ୍ରା ପରମ୍ପରା ବେଶ୍ ପୁରୁଣା। ଗ୍ରାମର ଶାରଳା ପୂଜକ ଶାରଦା ଦାସ ମା’ଙ୍କ ବିଗ୍ରହକୁ ମୁଣ୍ଡରେ ବସାଇ ନିଆଁରେ ନୃତ୍ୟ ପ୍ରଦର୍ଶନ କରିବା ସହିତ କଳସ ଯାତ୍ରା, ନିଶିଘଣ୍ଟ, ଶୁଭାଧିବାସ, ଗୋ ପୂଜା, ଯଜ୍ଞ ଏବଂ ଝାମୁଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମହୋଶ୍ଚବ ଆସନ୍ତା ୧୯ରେ ଉଦଯାପିତ ହେବ। ଏହି ଝାମୁଯାତ୍ରାରେ ଝଙ୍କଡ ମା ଶାରଳା ପୀଠରୁ ଆସିଥିବା ଭକ୍ତମାନେ ଚିତାକର୍ଷକ ଘଣ୍ଟ ନୃତ୍ୟ ପରିବେଷଣ କରିବା ସହିତ ଭଜନସଂଧ୍ୟା, ଓଡିଶୀ ନୃତ୍ୟ କୀର୍ତ୍ତନ ଓ ଚଣ୍ଡୀଯଜ୍ଞ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ପୂଜକ ଶାରଦା ଦାସ ମା’ଙ୍କ ବିଗ୍ରହକୁ ମୁଣ୍ଡରେ ବସାଇ ନିଆଁରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହି ଝାମୁଯାତ୍ରାରେ ଶାରଳା ଦାସ ଘଣ୍ଟର ତାଳେତାଳେ ଖଣ୍ଡା ନାଚ, ତ୍ରୀଶୁଳ ନାଚ ସହିତ ମାଙ୍କ ବିଗ୍ରହକୁ ମୁଣ୍ଡରେ ମୁଣ୍ଡାଇ ନାଚ କରିଥିଲେ । ଏହାପରେ ଅଗ୍ନିକୁଣ୍ଡରେ ମଧ୍ୟ ନାଚ କରି ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲେ ।  ଯାଜପୁର ବିଧାୟକ ସୁଜାତା ସାହୁଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଅଶ୍ରିବାଦ ଭିକ୍ଷା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *