ବସନ୍ତ ଋତୁର ସୁଲୁସୁଲୁ ପବନ ସାଙ୍ଗକୁ ଜୁଡ଼ି ମହୁରୀ ଆଉ ବାଜା ତାଳେ ତାଳେ ଘୋଡା ନାଚର ଗୀତ ଗାଁ ଗାଁ ଦାଣ୍ଡରେ ବେଶ ମନ ମୋହିନେଉଛି । ଚୈତ୍ର ମାସକୁ ଚଇତି ପର୍ବ ଭାବେ ଓଡିଶାର୍ ସମସ୍ତ ଜନସାଧାରଣ ପାଳନ କରିଥାନ୍ତି । ମୁଖ୍ୟତଃ ଗୋପାଳ ଭାଇ ମାନଙ୍କର ମୁଖ୍ୟ ପର୍ବ ଦୋଳ ପୁର୍ଣିମା ସେମିତି କୈବର୍ତ୍ତ ମାନଙ୍କର ମୁଖ୍ୟ ପର୍ବ ଚୈତ୍ର ପୁର୍ଣିମା ଗାଁରେ ଶୁଭୁଥାଏ ଘୋଡା ନାଚ ତାଳେ ତାଳେ କମ୍ପି ଉଠେ ଗାଁ ପରିବେଶ ଆସନ୍ତୁ ଦେଖିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୁଆଁ ଗାଁ କୈବତ ସାହିରେ କୈବର୍ତ୍ତମାନଙ୍କର ମନରେ ଖେଳିଯାଏ ଅନେକ ଭାବନା ଦୂର ଦୁରନ୍ତରେ ଯିଏ ଯେଉଁଠି ଥାଆନ୍ତି ସେହି ଦିନ ରେ ଆସିଥାନ୍ତି ।ଚୈତ ପୂଣ୍ଣିମା ଠାରୁ ୯ ଦିନ ପର୍ଯ୍ୟନ୍ତ ପାଳନ କରିଥାନ୍ତି ଏହି ଦିନ କୈବର୍ତ୍ତଙ୍କ ଘରେ ଘରେ କ୍ଷୀରି ପୁରୀ ଓ ମିଠା ବାସ୍ନାରେ ମହକୁ ଥାଏ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ନୁଆ ଲୁଗା ପିନ୍ଧି ବେଶ ମଜା ନିଅନ୍ତି । ମୁଣ୍ଡରେ ମା ବାସୁଳି ଠାକୁର କରି ପୂଜା କରିବା ସହିତ ଘୋଡା ତିଆରି କରି ପାଖରେ ରଖି ପୁର୍ଣିଆ ଠାରୁ ୯ ଦିନ ପର୍ଯ୍ୟନ୍ତ କୈବର୍ତ୍ତ ମହିଳା ମାନେ ଘୋଡ଼ାକୁ ବନ୍ଧାପନା କରି ପୁରୁଷ ମାଙ୍କୁ ଦେଇଥାନ୍ତି । ପୁରୁଷ ମାନେ ଗାଁ ଗାଁ ରେ ବୁଲି ଘୋଡ଼ାନାଚ କରିଥାନ୍ତି । ଘୋଡ଼ାନାଚ ଦେଖିବା ପାଇଁ ଗାଁ ରେ ଭିଡ଼ ଲାଗିଯାଏ

Naxatra News is now on Whatsapp
Join and get latest news update delivered to you via whatsapp
Join Now