କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଠାରେ ହାଇୱା ମାଲିକଙ୍କ ଦ୍ଵାରା କଟକ ଚାନ୍ଦବାଲି ରାସ୍ତା ଅବରୋଧ l ପ୍ରଶାସନ ପକ୍ଷରୁ ବାଲି ଟ୍ରକ୍ ଧରପଗଡକୁ ବିରୋଧ କରି ଜିଲ୍ଲାର ହାଇୱା ମାଲିକ ମାନେ ଏକଜୁଟ ହୋଇ ରାସ୍ତାରୋକ କରିଛନ୍ତି l ରାସ୍ତା ମଝିରେ ହାଇୱା ଟ୍ରକ୍ ରଖି ଦେଇଥିବାରୁ ସାଧାରଣ ଯାତାୟତ ବନ୍ଦ ହୋଇଯାଇଛି l ବେଆଇନ ବାଲି ଚାଲାଣ, ଓଭର ଲୋଡିଂ ଓ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ପ୍ରଶାସନ ପକ୍ଷରୁ ନିକଟରେ ଯାଞ୍ଚ କଡ଼ାକଡ଼ି କରାଯିବାକୁ ବିରୋଧ କରିଛିନ୍ତି ହାଇୱା ମାଲିକ l ତେବେ ଟ୍ରକ୍ ମାଲିକ ମାନେ ମୁଖ୍ୟତଃ ୩ ଗୋଟି ଦାବି ରଖିଛନ୍ତି l ଗାଡି ମାଲିକ ମାନଙ୍କୁ ଟ୍ରାନ୍ଜିଟ୍ ପାସ ପ୍ରଦାନ କରିବା, ନୋ ଏଣ୍ଟ୍ରି ଜୋନ ଉଚ୍ଛେଦ କରିବା ଓ ବାଟ ଘାଟରେ ଯାଞ୍ଚ ବନ୍ଦ କରିବା ପାଇଁ ମାଲିକ ମାନେ ଦାବି କରିଛନ୍ତି l କେନ୍ଦ୍ରାପଡା ଅତିରିକ୍ତ ତହସିଲଦାର କୁମୁଦିନୀ ଜେନା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି l

Naxatra News is now on Whatsapp
Join and get latest news update delivered to you via whatsapp
Join Now