ରାଉରକେଲା ନୂତନ ଏସପି ୨ୟ ଦିନରେ ଥାନା ବୁଲିଲେ ଉପଯୁକ୍ତ ପାହ୍ୟାଙ୍କୁ ଜୋନ ଦାୟିତ୍ୱ ଦେଲେ

Spread the love

ରାଉରକେଲା :  ରାଉରକେଲା ଏସପି ନୁତନ ଏସପି ଭାବେ ଯୋଗଦାନ କରିଥିବା ମିତ୍ରଭାନୁ ମହାପାତ୍ର ଗତକାଲି ୨ୟ ଦିନରେ ସେକ୍ଟର ୩ ଥାନା ପରିଦର୍ଶନ କରିବା ସହ ଥାନାରେ ଲୋକ ମାନଙ୍କୁ କିଭଳି ସେବା ମିଳୁଛି ସରକାରଙ୍କ ୫ଟି ଯୋଜନା ଅନୁଶାରେ କାମ ହେଉଛି କି ନାହିଁ ଲୋକ ମାନେ କିଭଳି ସେବା ପାଉଛନ୍ତି ସେ ଦିଗରେ ପଚରା ଉଚରା କରି ସମୀକ୍ଷା କରିଛନ୍ତି । ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି ଆଗାମୀ ଦିନରେ ସେ ସମସ୍ତ ଥାନା ପରିଦର୍ଶନରେ ଯିବେ ଲୋକ ମାନେ କିଭଳି ସେବା ପୁଲିସି ପାଖରୁ ପାଉଛନ୍ତି ତାକୁ ଦେଖିବା ସହ ଲୋକଙ୍କ ଠାରୁ ମଧ୍ୟ ବିଭିନ୍ନ ମାଧ୍ୟମରେ ଖବର ରଖିବେ ଓ ପୁଲିସି କିଭଳି ଅଧିକରୁ ଅଧିକ ଲୋକାଭିମୁଖି ହେବ ସେଦିଗରେ ଧ୍ୟାନ ଦେବେ । ସେହି ଭଳି ଅତିରିକ୍ତ ଏସପି ମାନଙ୍କୁ ପୁର୍ବରୁ ରଖାଯାଇଥିବା ବିଭିନ୍ନ ଜୋନରୁ ହଟାଯାଇ ସେଠାରେ ଡିଏସପି ମାନଙ୍କୁ ଦାୟିତ୍ୱ ଦିଆଯାଇଛି । କାରଣ ସେଠାରେ ଥିବା ଅତିରିକ୍ତ ଏସପି ମାନେ ଏସପି ଅଫିସରେ ରହି ଗୁରୁତ୍ୱପୁର୍ଣ ଦାୟିତ୍ୱ ବୁଝିବେ । ଜଣେ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ସମାଧାନ ଦିଗରେ କାମ କରିବେ ଓ ଅନ୍ୟଜଣେ ନାନା ପ୍ରକାର ଘଟୁଥିବା ହିନିଅସ କ୍ରାଇମ କଥା ବୁଝି ଏସପିଙ୍କୁ ସହ ଯୋଗ କରିବେ । ସେହି ଭଳି ସ୍ୱତନ୍ତ୍ର ସ୍ୱାର୍ଡ କିଭଳି କାମ କରୁଛି ତାର ସମୀକ୍ଷା କରାଜିବ ଦରକାର ପଡିଲେ ତାକୁ ସଜଡା ଜିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଗତକାଲି ଏଠାରେ ଯୋଗ ଦାନ ପରେ ସେ ଆଜି ଠାରୁ ଏଭଳି ଥାନା ପରିଦର୍ଶନରେ ଜିବା ସହରରେ ପ୍ରଶଂଶା ଓ ଚର୍ଚ୍ଚା ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *