ଚଳଚ୍ଚିତ୍ର ପାଇଁ ୧୦୦ କେଜି ଓଜନ ବଢାଇଲେ ସବ୍ୟସାଚୀ

‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ରର ଆଜି ରିଲିଜ ହେଲା ଫିଲ୍ମର ପୋଷ୍ଟର। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ର ରୂପ ନେଉଛି। ଏଥିରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଓଲିଉଡ୍ ର ହ୍ୟାଣ୍ଡସମ୍ ହିରୋ ସବ୍ୟସାଚୀ ମିଶ୍ର। ଶୁଣିବାକୁ ମିଳୁଛି, ଅନନ୍ତା ଚରିତ୍ରରେ ଆସୁଥିବା ସବ୍ୟସାଚୀ । ଏହି ଚଳଚିତ୍ର ପାଇଁ ସେ ନିଜର ଓଜନ ୧୦୦ କେଜି କରିଛନ୍ତି। ପୋଷ୍ଟରରେ ତାଙ୍କ ବଡ଼ ପେଟ ସମସ୍ତଙ୍କୁ ନିଶ୍ଚିତ ହସର ଖୋରାକ ଯୋଗାଇବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ମହାନ୍ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’କୁ ନେଇ ଅନେକ ଟେଲି ଫିଲ୍ମ ନିର୍ମାଣ ହୋଇଛି। ହେଲେ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ରୂପ ନେଉଛି। ଏହି ଫିଲ୍ମ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ୧୦୦ କେଜି ଓଜନ କରିବାକୁ କହିଥିଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଏଥିରେ ରାଜି ହୋଇଥିଲେ ସବ୍ୟସାଚୀ। ଆଉ ତା’ପରେ ସବ୍ୟ ନିଜର ଓଜନ ବଢ଼ାଇବାରେ ଲାଗିଲେ। ସବ୍ୟଙ୍କ ଓଜନ ଥିଲା ୭୫ କେଜି। ହେଲେ ଗତ ୨୬ ତାରିଖରେ ପୋଷ୍ଟ କରିଥିବା ଭିଡିଓରେ ସବ୍ୟ ନିଜର ଓଜନ ୯୭.୩୫ କେଜି ହୋଇଥିବା ଦେଖାଇଥିଲେ। ଆଜି ‘ରାଣ୍ଡିପୁଅ ଅନନ୍ତା’ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ସବ୍ୟଙ୍କ ପୃଥଳକାୟ ପେଟ ଦେଖିବାକୁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *