୧୩ ତାରିଖରୁ ୧୭ତାରିଖ ଯାଏଁ ସିଲ୍କ ସିଟି ଫେଷ୍ଟ

Spread the love

ବ୍ରହ୍ମପୁର: ଆସନ୍ତା ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ୟୁସିପି ଇଞ୍ଜିନିରିଂ ସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ସିଳ୍କସିଟି ଫେଷ୍ଟ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ, ବିଏମ୍ସି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । 

ଆସନ୍ତା ୧୩ ତାରିଖରୁ ୧୭ତାରିଖ ଯାଏଁ ହେବ ସିଲ୍କ ସିଟି ଫେଷ୍ଟ । ଦୀର୍ଘ ୫ ଦିନ ବ୍ୟାପୀ ହେବାକୁ ଥିବା ଏହି ଫେଷ୍ଟିଭାଲଟି ବ୍ରହ୍ମପୁର ସହରର  ୟୁସିପି ଇଂଜିନିଅରିଂ ସ୍କୁଲ ଖେଳ ପଡିଆ ଠାରେ ଆୟୋଜନ ହେବ।  ଏନେଇ ଜିଲ୍ଲା ପ୍ରଶାସନର ବୈଠକ ହୋଇଥିଲା  । ଏଥିରେ ଗଞ୍ଜାମ  ଓ ବ୍ରହ୍ମପୁର ର କଳା ସଂସ୍କୃତିକ ଗୁରୁତ୍ବ ଦିଆଯିବା ସହ ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାର ମୁଖ୍ୟକଳାକୁ ଏଠାରେ ସୁଯୋଗ ଦିଆଯିବ । 

ସେପଟେ ବ୍ରହ୍ମପୁର ସିଳ୍କ ସିଟି ଫେଷ୍ଟରେ ପଲ୍ଲୀଶ୍ରୀ ମେଳାର ଆୟୋଜନ ହେବାକୁ ଯାଉଛି। ୧୫୬ ଗୋଟି ଷ୍ଟଲ ମଧ୍ୟରୁ ୨୦ ଗୋଟି ଷ୍ଟଲରେ ଖାଦ୍ୟ ସାମଗ୍ରୀ ରଖାଯିବ, ଯେଉଁଠି ୮ ଗୋଟି ଲାଇଭ ଷ୍ଟଲ ହେବ । ଜିଲ୍ଲା ତଥା ଜିଲ୍ଲା ବାହାରର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସହ ବିଭିନ୍ନ ଘର କରଣା ସାମଗ୍ରୀ ରଖାଯିବ, ପାର୍କିଙ୍ଗ ବ୍ୟବସ୍ଥା ସହ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଖଞ୍ଜାଯିବା ବୋଲି ଜଣାପଡିଛି।

ବ୍ରହ୍ମପୁର ସିଳ୍କ ସିଟି ଫେଷ୍ଟିବଲ ରେ ଲକ୍ଷଧିକ ଲୋକଙ୍କ ଜନସମାଗମ ହେବାକୁ ଥିବାବେଳେ, ସୁରକ୍ଷା ବ୍ୟବସ୍ଥା କୁ ଅଧିକ କଡାକଡି କରାଯିବ ବୋଲି ସୂଚନା ମିଳିଛି।  

ଇତିଶ୍ରୀ ସମାପିକା ମହାନ୍ତି ନକ୍ଷତ୍ର ନିଉ

Leave a Reply

Your email address will not be published. Required fields are marked *