ସୁବର୍ଣ୍ଣପୁର ର ବିଭିନ୍ନ ମନ୍ଦିର ରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୁର୍ଣିମା ଯାତ୍ରା

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ଜଗନ୍ନାଥଙ୍କର ଓ ଶ୍ରୀ ଶ୍ରୀ ଵୃନ୍ଦାବନ ବିହାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଵୃନ୍ଦାବନ ବିହାରୀ ମନ୍ଦିରରେ ସକାଳ ଘ ୭,୩୦ମି ରୁ ମହାପ୍ରଭୁ ଙ୍କର ପୁରୁଷୋସୁକ୍ତ ମନ୍ତ୍ର ଦ୍ବାରା ମହାସ୍ନାନ ଷୋଡ଼ଷ ଉପଚାର ପୂଜା ଆରମ୍ଭ ହୋଇ ଵାଳ ଭୋଗ, ମଙ୍ଗଳ ଆଳତୀ ଅନ୍ନ ଭୋଗ ଓ ପୁଷ୍ପାଞ୍ଜଳି ପରେ ସମସ୍ତ ଭକ୍ତ ମାନଙ୍କ ଙ୍କ ପାଇଁ ପ୍ରସାଦ ସେଵନ ର ବ୍ୟବସ୍ଥା ହୋଇଥିଲା l ବୃନ୍ଦାବନ ବିହାର ମନ୍ଦିର ଠାରେ ମୁଖ୍ୟ ପୂଜକ

ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପୀତବାସ ମିଶ୍ର, ଶ୍ରୀତମ ମହାପାତ୍ର, ସୁଭରା ମିଶ୍ର, ସୁକଦେବ, କୁନା ନାଏକ, ସୁରୁଵାଵୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଶ୍ରୀ ବଡ଼ ଜଗନ୍ନାଥ ମନ୍ଦିର ଠାରେ ପ୍ରଭୁ ଙ୍କ ପରମ ଭକ୍ତ ଶ୍ରୀବତ୍ସ ମଲ୍ଲିକ, ପୂଜକ ରାମ ଚନ୍ଦ୍ର ପୂଜାରୀ, ରାଜା ପୂଜାରୀ, ଜୟ ମିଶ୍ର, ମିଲନ ମିଶ୍ର, ଶିବ, ବଣ୍ଟି, ଜୟ ନାରାୟଣ ପ୍ରମୁଖ ସହଯୋଗ ରେ, ଶ୍ରୀ ଦଧି ବାମନ ମନ୍ଦିର ରେ ମୁଖ୍ୟ ପୂଜକ ଦେବାଶିଷ ମିଶ୍ର, ଅଶୋକ ମିଶ୍ର ଓ ହରି ଶଙ୍କର ମିଶ୍ର, ଏବଂ ଜ଼ିଲ୍ଲା ର ପାତାଳି ଶ୍ରୀକ୍ଷେତ୍ର ଠାରେ ମଧ୍ୟ ପ୍ରମୁଖ ପୂଜକ ମାନଙ୍କ ତତ୍ୱାବଧାନ ରେ ମହାପ୍ରଭୁ ଙ୍କ ଦେବସ୍ନାନ ପୁର୍ଣିମା ର ସମସ୍ତ ପୂଜା ରୀତି ନୀତି ରେ ସମ୍ପନ୍ନ କରାଯାଇଥିଲା l

Leave a Reply

Your email address will not be published. Required fields are marked *