ରତ୍ନଭଣ୍ଡାର ଖୋଲିବା ନେଇ ଆଜି ଆସିବ ଏସଓପି

ଆସନ୍ତାକାଲି ଖୋଲପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ବହୁପ୍ରତୀକ୍ଷିତ ମୁହୂର୍ତ୍ତକୁ ଏବେ ସମସ୍ତଙ୍କ ଅପେକ୍ଷା। ରତ୍ନଭଣ୍ଡାର ଖୋଲିବା ନେଇ ଆଜି SOP ନିର୍ଦ୍ଧାରଣ କରାଯିବ। କେମିତି ରତ୍ନଭଣ୍ଡାର ଖୋଲାଯିବ, କିଏ କିଏ ସବୁ ଭିତରକୁ ଯିବେ ସେନେଇ ଆଜି ମିଳିପାରେ ସ୍ପଷ୍ଟ ସୂଚନା। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ଓ ତାହା ଲୋକଙ୍କୁ ଜଣାଯିବ। ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ ଅନୁସାରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗତ ୯ ତାରିଖରେ ରତ୍ନଭଣ୍ଡାର ଖୋଲିବାର ଦ୍ୱିତୀୟ ବୈଠକରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *