ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ଇରମ ଶହିଦ୍ ମେମୋରିଆଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ( କଲେଜ) ର ଅଧ୍ୟକ୍ଷ ଗୁଣିଗାରେଡ଼ି କରୁଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଯାହାକୁ ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନିଜର ବଦଳି ପାଇଁ ୟୁଟ୍ୟୁବରୁ ଦେଖି ଏଭଳି ଗୁଣିଗାରେଡ଼ି କରୁଥିବା ଜଣାପଡିଛି। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ ଶ୍ରୀ ବାରିକ୍ ବିଦ୍ୟାଳୟ ଗେଟ୍ ଆଗରେ ପୂଜା କରି କେତେକ ସାମଗ୍ରୀ ପୋତୁଥିବା ଦେଖାଯାଇଛି। ଶ୍ରୀ ବାରିକ୍ ଓ ତାଙ୍କ ପତ୍ନୀ ଆସି ଉକ୍ତ ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକ ଗାତ ଖୋଳି ସାଥୀରେ ଆଣିଥିବା ଲେମ୍ବୁ, ଗୁଆ, ପଇସା ଓ ଫୁଲ ପୋତି ଦେଇଥିଲେ। ଏହା ବାବଦରେ କୌଣସି କର୍ମଚାରୀ ଦେଖୁ ନ ଥିଲେ କି ଜାଣି ନ ଥିଲେ। ଉକ୍ତ ସାମଗ୍ରୀ ପୋତିଥିବା ସ୍ଥାନରେ ବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର୍ ନିତ୍ୟାନନ୍ଦ ବିଶ୍ଵାଳ ପରିସ୍ରା କରିଦେଇଥିଲେ। ପରଦିନ ସେ ବିଦ୍ୟାଳୟକୁ ଆସୁଥିବା ସମୟରେ ମୁଖ୍ୟଫାଟକ ନିକଟ ରାସ୍ତାରେ ହଠାତ୍ ତଳେ ପଡ଼ିଯାଇ ଚିତ୍କାର କରିଥିଲେ ଅଧ୍ୟକ୍ଷ।ଏପରିକି ଶ୍ରୀ ବିଶ୍ୱାଳଙ୍କ ମତିଭ୍ରମ ହେଲା ପରି ବିଭିନ୍ନ କଥା କହିବା ଆରମ୍ଭ କରିଥିଲେ। ତୁରନ୍ତ ସାଥୀ କର୍ମଚାରୀ ପହଞ୍ଚି ଶ୍ରୀ ବିଶ୍ଵାଳଙ୍କୁ ପାଣି ଛାଟି ସ୍ୱସ୍ଥ କରାଇଥିଲେ। ଏପରି ଘଟଣା ପରେ ବିଦ୍ୟାଳୟ କର୍ମଚାରୀଙ୍କ ସନ୍ଦେହ ହେବାରୁ ସିସିଟିଭି ଯାଞ୍ଚ କରିଥିଲେ। ପରେ ସମସ୍ତ ଘଟଣା ଜାଣି ଅଧ୍ୟକ୍ଷ ଶ୍ରୀ ବାରିକ୍ଙ୍କୁ ପଚାରିଥିଲେ। ଶ୍ରୀ ବାରିକ୍ ଘଟଣା ସମ୍ପର୍କରେ ସ୍ବୀକାର କରି ନ ଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଏପରି ଏକ ସମ୍ବେଦନଶୀଳ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ସାଧାରଣରେ ନିନ୍ଦା କରାଯାଇଥିବାବେଳେ ଉଚ୍ଚ ପଦସ୍ଥ ଅଧିକାରୀ ହୋର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now