ସୌରାଙ୍କ କାରଜ ପାଳନ

Spread the love

ରାୟଗଡା:  ନିଜ ସଂସ୍କୃତି ପରମ୍ପରାକୁ ନ ଭୁଲି ସୌରା ସମ୍ପ୍ରଦାୟର ଲୋକେ ପାଳିଲେ  ନିଆରା ପିତୃକାର୍ଯ୍ୟ ‘ କାରଜ ‘ । ପିଣ୍ଡ ଦାନ କଲେ ପିତୃ ପୁରୁଷଙ୍କ ଆତ୍ମାର ସଦଗତି ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖିଲାପଦର ଗାଁ ଏବେ ଉତ୍ସବ ମୁଖର ହୋଇଉଠିଛି।

ବାଜୁଛି ଆଦିବାସୀଙ୍କ ପାରମ୍ପରିକ ବାଜା। ବାଜାର ତାଳେ ତାଳେ ଢେମସା ନାଚ ଗୀତରେ ଗାଁ ଦାଣ୍ଡ କମ୍ପି ଉଠୁଛି। ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖିଲାପଦର ଗ୍ରାମ। ଆଦିବାସୀ ସମ୍ପ୍ରଦାୟର ଲୋକେ ପିତୃକାର୍ଯ୍ୟ ବା ‘କାରଜ’ ପାଳିନ କରିଛନ୍ତି। ପିତୃକାର୍ଯ୍ୟ କଲେ ପିତୃ ପୁରୁଷଙ୍କ ଆତ୍ମର ସଦଗତି କାମନା ହେବା ସହ ଘରେ ଘରେ ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି।

ଆଧୁନିକ ସଭ୍ୟତାକୁ ନ ଭୁଲି ନିଜ ପରମ୍ପରାକୁ ବଜାଇ ରଖିଛନ୍ତି ଏହି ସୌରା ସମ୍ପ୍ରଦାୟ ଲୋକ। ନିଜର ସଂସ୍କୃତି ପରମ୍ପରାକୁ ନ ଭୁଲି  ଏହି କାର୍ଯ୍ୟକ୍ରମ ପାଳନ ହୋଇଥାଏ। ଦୂର ଦୁରାନ୍ତରେ ଥିବା ସମସ୍ତ ବନ୍ଧୁ ବାନ୍ଧବ ଆସି ଘରେ ମିଶି ଏକ ଉତ୍ସବ ପାଳନ କରିଥାନ୍ତି। ଆଉ ସମସ୍ତେ ନୂଆ ପୋଷାକ ପିନ୍ଧି ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ଭୋଜି ଭାତ କରିଥାନ୍ତି। ଏହି ପିଣ୍ଡଦାନ କାର୍ଯ୍ୟକ୍ରମ ଆଠ ଦିନ ଧରି ପାଳନ କରାଯାଏ।

Leave a Reply

Your email address will not be published. Required fields are marked *