ରୋଜାଲିନ ମୃତ୍ୟୁ ଘଟଣାକୁ ନେଇ ଅଧିକ୍ଷକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

Spread the love

କୋରେଇ : ୧୫ ଦିନ ମଧ୍ୟରେ ରୋଜାଲିନ ପାତ୍ର ମୃତ୍ୟୁ ମାମଲାରୁ ପରଦା ହଟିବ । ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆନ୍ଦୋଳନକାରୀ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ନିର୍ଜ୍ଜାସ ବାହାରିଛି । ପ୍ରକାଶଯେ ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ରଗଡିସ୍ଥିତ ସରକାରୀ ପଲିଟେକନିକର ଡ଼ିପ୍ଲୋମା ଶେଷ ବର୍ଷର ଛାତ୍ରୀ ରୋଜାଲିନ ପାତ୍ରର ମୃତ୍ୟୁର ତିନି ମାସ ପରେ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ତ ଦୁରରେ ଥାଉ ମୃତ୍ୟୁର ପରଦାବି ଉଠାଇ ପାରିଲା ନାହିଁ । ଫଳରେ ପୁଲିସର ପାରିବା ପାଣିଆ ନେଇ ଧର୍ମଶାଳାର ସାମାଜିକ କର୍ମୀ ସତିଶ ବିଶ୍ୱାଳଙ୍କ ନେତୃତ୍ୱରେ ରୋଜାଲିନର ପିତା ମାତାଙ୍କ ସମେତ ଶତାଧିକ ଗ୍ରାମବାସୀ ମାନେ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସୁଚନା ଯୋଗ୍ୟଯେ ଗତ ମାର୍ଚ୍ଚ ମାସ ୨୭ ତାରିଖ ଦିନ ରଗଡ଼ିସ୍ଥିତ ସରକାରୀ ପଲିଟେକନିକର ଇଲେକଟ୍ରିକାଲ ଡ଼ିପ୍ଲୋମାରେ ତୃତୀୟ ବର୍ଷର ଛାତ୍ରୀ ରୋଜାଲିନ ପାତ୍ରଙ୍କର ମୃତଦେହ ପଲିଟେକନିକର ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପୁଲିସ ଓ କଲେଜ କର୍ତୁପକ୍ଷ ରୋଜାଲିନର ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କିନ୍ତୁ ତାର ପରିବାର ଲୋକେ ଏହା ଏକ ହତ୍ୟା ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତେବେ ମୃତ୍ୟୁ ପୁର୍ବରୁ କଲେଜର ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ରୋଜାଲିନକୁ ବିଭିନ୍ନ ଘଟଣାକୁ ନେଇ ରାଗିଂ କରୁଥିବାର ତାର ପିତା ଅମୁଲ୍ୟ ପାତ୍ର ପୁଲିସ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ମାତ୍ର କୋରାଇ ପୁଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇ କେବଳ ଏକ ମାମଲା ୮୦/୨୩ ଦଫା ୩୦୨,୨୯୪,୫୦୭,୩୪ରେ ପଞ୍ଜିକୃତ କରିଥିଲେ ମଧ୍ୟ କେବଳ ସହପାଠୀ ମାନଙ୍କୁ ପଚରା ଉଚରା ଓ ବ୍ୟବଚ୍ଚେଦରେ କେଶ ସାରି କରିଦେଇଛିା ମାତ୍ର ରୋଜାଲିନର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର ପରଦା ଉଠାଇ ପାରୁନାହିଁ । ଏପରିକି ରୋଜାଲିନର ମୋବାଇଲରୁ ସିମ ଗାଏବ ଥିବାରୁ ପ୍ରମାଣ ମିଳିପାରୁ ନାର୍ହି ବୋଲି କହି ପୁଲିସ ରୋଜାଲିନର ପିତାମାତାଙ୍କୁ ଅନ୍ଧାରରେ ରଖିଛି । ରୋଜାଲିନର ପିତା ଏକ ଶ୍ରମିକ ଶ୍ରେଣୀୟ ହୋଇଥିବା ବେଳେ ଅଭିଯୋଗରେ ଦର୍ଶାଇଥିବା ସହପାଠୀ ମାନଙ୍କ ପରିବାର ବର୍ଗ ଆର୍ଥିକ ସ୍ୱଚ୍ଛଳ ଥିବାରୁ ଘଟଣାଟିକୁ ଚପାଇ ଦେବା ଲାଗି ଚେଷ୍ଟା କରାଯାଇଛି ବୋଲି ରୋଜାଲିନର ପିତା ମାତା ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇ ସାମାଜିକ କର୍ମୀ ସତିଶ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଉଚ୍ଚ ସ୍ତରୀୟ ତଦନ୍ତ କରି ରୋଜାଲିନ ମୃତ୍ୟୁ ଘଟଣାର ପରଦା ଉଠାଇବା ଲାଗି ନିବେଦନ କରିଛନ୍ତି ଓ ଉକ୍ତ ଘଟଣାରେ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *