ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ଅଧିବେଶନ

Spread the love

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ଅଧିବେଶନ ଓ ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଆଧ୍ୟାତ୍ମିକ ଚେତନା କ’ଣ ଏହାକୁ ଜାଣିବାକୁ ହେଲେ କେଉଁ ରାସ୍ତା ମଣିଷକୁ ଆପଣାଇବାକୁ ପଡିବ ସେନେଇ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ ଗଜପତି ମହାରାଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ ମତ ରଖିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ମୁଖପାତ୍ର ଶ୍ରୀଜଗନ୍ନାଥ ଚେତନା ୧୨ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଛି।

ପୁରୀରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ଅଧିବେଶନ ଓ ଏକାଦଶ ବାର୍ଷିକ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରାଚୀନ ଭାରତର ମହାନତାର ମୂଳ କାରଣ ହେଉଛି ଆଧ୍ୟାତ୍ମିକ ଚେତନାର ପ୍ରତିଷ୍ଠା। ବେଦାନ୍ତ, ସାହିତ୍ୟ, ଦର୍ଶନ, ଜୀବନ ଏବଂ ଅନୁକୂଳ ପରିବେଶ ଦ୍ୱାରା ଏହା ଦୃଢ଼ ଭାବେ ପ୍ରତିଷ୍ଠା ଲାଭ କରିପାରିଛି। ବେଦ ଓ ବେଦାନ୍ତ ସଭ୍ୟତା ପରିବେଶ ଶ୍ରୀଜଗନ୍ନାଥ ସଂସ୍କୃତିରେ ଦେଇ ଆସିଛି।‌ ଏହି ଆଧ୍ୟାତ୍ମିକ ଚେତନାର ଜାଗରଣ ପାଇଁ ଧାର୍ମିକ ଅନୁଷ୍ଠାନ ମାନେ ଆଗେଇ ଆସିଲେ ସମାଜ ପାଇଁ ଏହା ସବୁଠାରୁ ବଡ ସେବା। ଏହାକୁ ବଞ୍ଚାଇବାକୁ ହେଲେ ଶାସ୍ତ୍ର ଓ ଗୁରୁ ଆଶ୍ରିତ ହୋଇ ଆମକୁ ଆଗେଇବୁ ପଡିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ବକ୍ତବ୍ୟରେ ଏହା କହିଥିଲେ।

ସେପଟେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଧ୍ୟାତ୍ମିକ ଚେତନା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ବିଜ୍ଞାନ ଚେତନାର ରହସ୍ୟ ଖୋଲି ବାହାର କରିବାକୁ ଚେଷ୍ଟା କରୁଛି। କଳା ଚେତନା ସତ୍ୟକୁ ସୁନ୍ଦର ରୂପ ଦେଉଛି। କିନ୍ତୁ ଆଧ୍ୟାତ୍ମିକ ଚେତନା ସତ୍ୟକୁ ଭେଟିବାର ସୁଯୋଗ ଦେଇଛି ଓ ବିଶ୍ବ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ। ଆଧ୍ୟାତ୍ମିକ ଚେତନା କ’ଣ ଜାଣିବାକୁ ହେଲେ ପ୍ରକୃତିକୁ ଆଦର କରିବା ସହ ଭଲ ପାଇବାକୁ ହେବ ବୋଲି କହିଛନ୍ତି ରାଜ୍ୟପାଳ। ଏହି ଅବସରରେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଜାତୀୟ ସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ, ଗବେଷକ ଡଃ ଭାସ୍କର ମିଶ୍ରଙ୍କୁ ଶ୍ରୀଜଗନ୍ନାଥ ଚେତନା ଗବେଷଣା ସମ୍ମାନ, ପ୍ରବଚକ ସଙ୍କର୍ଷଣ ମଙ୍ଗରାଜଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ ସହ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ତାମିଲନାଡୁ କୋୟାମ୍ୱାଟୁରର ଶ୍ରୀଜଗନ୍ନାଥ ମନ୍ଦିରକୁ ସମ୍ମାନିତ କରାଯାଇଥିଲା।

ପ୍ରାଚୀନ ଭାରତର ମହାନତାରକୁ ଲୋକ ଲୋଚନାକୁ ଆଣିବା। ଆଧ୍ୟାତ୍ମିତ ଚେତନାକୁ ବୃଦ୍ଧି କରିବା। ସତ୍ୟକୁ ବୁଝିବା । ଏବଂ ଜୀବନରେ ସତ୍ୟତା ଏବଂ ଆଧ୍ୟାତ୍ମିତ ଚେତନାକୁ ସ୍ଥାନ ଦେଇ ପର ଉପାକର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ସମ୍ୱିତ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *